ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଆଜି ସୁଦ୍ଧା୧୦୬୪୧ ନମୂନା ପରୀକ୍ଷା କରାଯାଇଛି । ୭୪ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୪ ଜଣ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଫେରିଛନ୍ତି । ଭଦ୍ରକ ଓ ଯାଜପୁରର ୧୦ ଜଣ ଏଥିରେ ଅଛନ୍ତି । ତେଣୁ ଉଭୟ ଜିଲ୍ଲା ପ୍ରଶାସନକୁ ଏ ନେଇ ତାଗିଦ କରାଯାଇଛି ବୋଲିଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ରାଜ୍ୟର ମୋଟ୍‌ ୭୪ ଜଣ ପଜେଟିଭ୍‌ଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରେ ଯାଜପୁରରୁ ୫ ଜଣ, ଭଦ୍ରକରୁ ୫ ଜଣ, ବିଶ୍ରାରୁ ଜଣେ ଏବଂ ବାଲେଶ୍ୱରରୁ ୨ ଜଣ ଅଛନ୍ତି । ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବାଗଚୀ ।

ସରପଞ୍ଚ ଏବେ କଲେକ୍ଟ

ତେବେ ଆକ୍ରାନ୍ତ ଚିହ୍ନଟ ହେବା ଏକ ଭଲ କଥା । ଯଦି ଏହା ଲୁଚି ରହିଥାନ୍ତା ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଏଥିପାଇଁ ପଞ୍ଚାୟତକୁ ସାଧୁବାଦ ଦେଇଛନ୍ତି । ସେମାନଙ୍କର ତତ୍ପରତା ଯୋଗୁଁ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି ବୋଲି ବାଗଚୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତକୁ ଅଧିକ ସଶକ୍ତୀକରଣ କରିବାର ଉଦ୍ଦେଶ୍ୟ ହେଉଛି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ବୋଲି ସେ ସ୍ପଷ୍ଟ କରିଥିଲେ । ଗ୍ରାମ ବଞ୍ଚିଲେ ରାଜ୍ୟ ଓ ଦେଶ ବଞ୍ଚିବ । ସେଥିଲାଗି ପଞ୍ଚାୟତ ଉପରେ ମୁଖ୍ୟମନ୍ତ୍ରୀଙ୍କର ଅଗାଧ ବିଶ୍ୱାସ ରହିଛି । ଆଉ ଖାସ୍‌ ସେଇଥି ପାଇଁ ବର୍ତ୍ତମାନର ସଂକଟ ସମୟରେ ସେ ସରପଞ୍ଚଙ୍କୁ କଲେକ୍ଟରଙ୍କ କ୍ଷମତା ଦେଇଛନ୍ତି ।

କେମିତି ହୁଏ କରୋନା ସଂକ୍ରମଣ

ଖାଲି ସେତିକି ନୁହେଁ, କିଭଳି ଭାବେ କରୋନା ଭାଇରସ୍‌ ସଂକ୍ରମିତ ହୁଏ ସେ ସମ୍ପର୍କରେ ବୁଝାଇ କହିଥିଲେ । କରୋନା ଭୂତାଣୁ ଆମ ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା କରୋନା ଭାଇରସ୍‌ ପ୍ରବେଶ କରି ଫୁସ୍‌ଫୁସ୍‌ର ଜୀବକୋଷକୁ ଅକ୍ତିଆର କରିନିଏ । ଏହା ପରେ ସମ୍ପୂର୍ଣ୍ଣ ଶରୀରକୁ ନିଜ ଦଖଲକୁ ନେଇ କୋଟି କୋଟି ଭୂତାଣୁ ସୃଷ୍ଟି କରି ଫୁସ୍‌ଫୁସ୍‌କୁ ନଷ୍ଟ କରିଦିଏ । ସେଥିଲାଗି ମାସ୍କ ପିନ୍ଧିବା ଜରୁରୀ ବୋଲଇ ବାଗଚୀ କହିଥିଲେ ।

ଆହୁରି ମଧ୍ୟ ଗାଁ ଗହଳିରେ କିଭଳି ଭାବେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ବେଳେ ସହରାଞ୍ଚଳରେ ଏହାକୁ ଠିକ୍‌ ଭାବେ ମାନୁ ନଥିବା ଶ୍ରୀ ବାଗଚୀ ଫଟୋ ଦେଖାଇ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.