Below header

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆଜି ସକାଳ ସାଢେ ୫ଟା ସୁଦ୍ଧା ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା

ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଜି ୮ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମଲହରୀ ଓ ୪ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩ଦିନ ପରେ ତାପମାତ୍ରା ସାମାନ୍ୟ କମିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି । ଆହୁରି କଲବଲ କରିବ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ତାତି । ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା ଏବଂ ୮୮ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି । ଆଜି ୮ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମଲହରୀ ଓ ୪ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩ଦିନ ପରେ ତାପମାତ୍ରା ସାମାନ୍ୟ କମିବ ।

ଗତକାଲି ବଲାଙ୍ଗିର ଓ ବରଗଡ଼ ପାଲଟିଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ତାପମାତ୍ରା ୪୪. ୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ୪୦ ଡିଗ୍ରୀ ଉପରେ ଥିଲା ୩୦ ସହରର ତାପମାତ୍ରା । ଝାରସୁଗୁଡ଼ାର ତାପମାତ୍ରା ୪୪.୪ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୪.୩, ସମ୍ବଲପୁରରେ ୪୩.୬, ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧, ସୁନ୍ଦରଗଡ଼, ଭବାନୀପାଟଣା ଓ ଟିଟଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.