ବସ କାର ମୁଁହାମୁହିଁ ଧକ୍କା: ୮ ଯାତ୍ରୀ ଗୁରୁତର, ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିଦେଇପୁର ଛକ ନିକଟରେ ବସ କାର ମୁଁହାମୁହିଁ ଧକ୍କା ହୋଇଛି । ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଛନ୍ତି।

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିଦେଇପୁର ଛକ ନିକଟରେ ବସ କାର ମୁଁହାମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନରେ କସିଆ ମାଛ ଧାରା ଜେଠି ଠାରେ ବାଳିମୁଣ୍ଡା ପଞ୍ଚାୟତ ଡିପିଓରା ଗ୍ରାମର ପଞ୍ଚାନନ ବେରାଙ୍କ ବୋଟ ପୂଜା ହେଉଥିବାରୁ ତାଙ୍କ ପରିବାର ଲୋକେ ଏକ କାର ଯୋଗେ ଆସିଥିଲେ। ହେଲେ ପୂଜା ସାରି ସବୁ ଘରକୁ ଫେରୁଥିବା ବେଳେ ବିଦେଇ ପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ସୁନା ନାମକ ଯାତ୍ରୀବାହୀ ବସ ସହ ମୁଁହାମୁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ଜଣ ଶିଶୁ ସମେତ ଡ୍ରାଇଭରକୁ ଲଗାଇ ସମୁଦାୟ ୮ ଜଣ ଗୁରୁତର ହୋଇଛନ୍ତି ୮ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ୪ ଜଣଙ୍କର ଅବସ୍ଥା ଏଠାରେ ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.