Below header

ବାହାନଗା ଟ୍ରାଜେଡି: ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଲା ସିବିଆଇ, ଅଜ୍ଞାତ ସ୍ଥାନରେ ଚାଲିଛି ଜେରା

ବାହାନଗା ଷ୍ଟେସନର ଏଏସଏମ ସମେତ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି ସିବିଆଇ। ଏଥିରେ ୪ ଜଣ ସିଗନାଲ୍ ବିଭାଗର କର୍ମଚାରୀ ଅଛନ୍ତି। ସମସ୍ତଙ୍କୁ ସିବିଆଇ ପଚରା ଉଚୁରା କରୁଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ CBIର ତନାଘନା । ଦୁର୍ଘଟଣାର ୧୦ ଦିନ ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୫ ଜଣଙ୍କୁ ଉଠାଇ ନେଇଛି CBI । ସମସ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସିଡିଆର ଯାଞ୍ଚ କରୁଥିବା ସୂଚନା ମିଳିଛି । ବାହାନଗା ଷ୍ଟେଷ୍ଟନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚରାଉଚରା ପରେ ବହୁ ତଥ୍ୟ ହାତେଇଛି ସିବିଆଇ । ବାହାନଗା ଟ୍ରେନ ଦୁର୍ଘଟଣା ନେଇ ମାମଲା ରୁଜୁ କରିଥିଲା ସିବିଆଇ ।

ସିବିଆଇର ଅନ୍ୟ ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରିଛି। କ୍ୟାମେରା ସାହାଯ୍ୟରେ ଟିମ୍ ସ୍କାନିଂ କରିଥିବା ଜଣା ପଡ଼ିଛି। ରେଳ ଦୁର୍ଘଟଣାର କ୍ରମାଗତ ଚତୁର୍ଥ ଦିନରେ ସିବିଆଇ ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ଅପରାହ୍ଣ ଦେଢ଼ଟା ବେଳେ ଏହି ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ସେଠାରୁ ଟିମ୍‌ ପ୍ୟାନେଲ ରୁମ୍‌କୁ ଯାଇଥିଲା । ସେଠାରେ ଅଧିକାରୀମାନେ ବେଶ୍‌ କିଛି ସମୟ ଯାଞ୍ଚ କରିଥିଲେ । ପରେ ରିଲେ ରୁମ୍‌କୁ ଯାଇଥିଲେ । ସେଠାରେ ମଧ୍ୟ ସେମାନେ ତନାଘନା କରିଥିଲେ ।

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ କେଉଁ କାରଣରୁ ହେଲା ଦୁର୍ଘଟଣାଗ୍ରସ୍ତ ? ଯଶବନ୍ତପୁର ଏକ୍ସପ୍ରେସର ଦୁଇଟି ବଗି କିପରି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଲା ? ତାର ତଦନ୍ତ କରୁଛି ସିବିଆଇ । ଗତ ୨ ତାରିଖ ସଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ଶତାଧିକ ଯାତ୍ରୀ ଚିକିତ୍ସାଧିନ ଅଛନ୍ତି । ସିଗନାଲ ତ୍ରୁଟିଜନିତ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସତ୍ୟାସତ୍ୟ ସମ୍ପର୍କରେ ସିବିଆଇ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.