ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୨୦୨୩-୨୪ ବର୍ଷର ବଜେଟକୁ ମିଳିବ ଅନୁମୋଦନ

ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଜେଟ, ରଥ ଯାତ୍ରାର ନୀତିକାନ୍ତିକୁ ଅନୁମୋଦନ କରାଯିବ ।

ପୁରୀ (କେନ୍ୟୁଜ): ପାଖେଇ ଆସୁଛି ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି । ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଜେଟ, ରଥ ଯାତ୍ରାର ନୀତିକାନ୍ତିକୁ ଅନୁମୋଦନ କରାଯିବ ।

ସେହିପରି ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ସମୀକ୍ଷା କରାଯିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବୈଠକରେ ଉପସ୍ଥିତ ରହିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପିଙ୍କ ସମେତ ପରିଚାଳନା କମିଟି ସଦସ୍ୟ । ସେପଟେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅନବସର ତାଟି ଘରେ ଚାଲିଛି ମହାପ୍ରଭୁଙ୍କ ଚିକିସା । ଦଇତାପତି ସେବାୟତ ମାନେ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରିବା ପରେ ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ସୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଔଷଧ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.