ରାଜ୍ୟରେ ବିଜୁଳି ସମସ୍ୟା: ଆଜି ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଉପସ୍ଥିତ ରହିବେ ବିଦ୍ୟୁତ ବିତରଣ କମ୍ପାନୀର ସିଇଓ

ବିଜୁଳି ସମସ୍ୟା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର ସିଇଓ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ହେବ ସମୀକ୍ଷା ।

ଭୁବନେଶ୍ୱର (କେନ୍ୟୁଜ): ବିଜୁଳି ସମସ୍ୟା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର ସିଇଓ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ହେବ ସମୀକ୍ଷା । ଏହାସହ ବାତ୍ୟା, କାଳବୈଶାଖୀ ନେଇ ମଧ୍ୟ ଆଲୋଚନା ହେବ । ଗ୍ରୀଷ୍ମପ୍ରବାହ ଲୋକଙ୍କୁ କଲବଲ କରୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍‌ ଛଟପଟ କରୁଛି । ପାୱାର କଟକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ସେପଟେ ଆଜି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଗଣାମଧ୍ୟକୁ କହିଛନ୍ତି ପାୱାର କଟ୍ କେଉଁଠି ବି ହେଉନି ।ରାଜ୍ୟରେ ପାୱାର ସର୍ଟେଜ୍ ନଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି। ଯାହା ସରକାରଙ୍କ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭିତ୍ତିଭୂମି ଅଭାବରୁ ଏଭଳି ସମସ୍ୟା ଉପୁଜୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.