Below header

ପ୍ରଳୟ ରଚିବ ‘ବିପର୍ଯ୍ୟୟ’ : ସମୁଦ୍ର ଭିତରେ ବଳ ଗୋଟାଇ ୫ କିମି ବେଗରେ କରୁଛି ଗତି

ଏବେ ବାତ୍ୟା 'ବିପର୍ଯ୍ୟୟ' ପୋରବନ୍ଦର ଠାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ ରହିଛି ବାତ୍ୟା । ୧୪ ତାରିଖ ସକାଳ ବେଳକୁ ଏହା ଉତ୍ତର ଦିଗରେ ଗତି କରି ମୋଡ ବଦଳାଇବ । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ ।

ନୂଆଦିଲ୍ଲୀ : ପ୍ରଳୟ ରଚିବ ‘ବିପର୍ଯ୍ୟୟ’ । ଆରବ ସାଗରରୁ ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ବାତ୍ୟା । ସମୁଦ୍ର ଭିତରେ ବଳ ଗୋଟାଇ ଗତ ୬ ଘଣ୍ଟା ହେବ ୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଏବେ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦର ଠାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ ରହିଛି ବାତ୍ୟା । ୧୪ ତାରିଖ ସକାଳ ବେଳକୁ ଏହା ଉତ୍ତର ଦିଗରେ ଗତି କରି ମୋଡ ବଦଳାଇବ । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ ।

ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ସମୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି। ଝଟକା ପବନର ବେଗ ୧୫୦ କିମିକୁ ବୃଦ୍ଧିପାଇପାରେ। ବିପର୍ଯ୍ୟୟ ପ୍ରଭାବରେ କଚ୍ଛ, ଦ୍ୱାରକା ଓ ଜାମନଗରରେ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ଚେତାବନୀ ଜାରି ହୋଇଛି। ୧୫ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବେଳାଭୂମି ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.