Below header

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଲେ ଜଷ୍ଟିସ କେ.ଏସ ଜାଭେରୀ, ଅଭିଭାଷଣ ବେଳେ ହେଲେ ଭାବବିହ୍ଵଳ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ କେ.ଏସ ଜାଭେରୀ । ମୁଖ୍ୟ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ଥିଲା ଏକ ବର୍ଷ ୪ ମାସ ୨୪ ଦିନ । ଏହି ୫୧୧ ଦିନର କାର୍ଯ୍ୟକାଳ ବେଶ ଘଟଣାବହୁଳ । ବିଦାୟକାଳୀନ ଅଭିଭାଷଣ ବେଳେ ସେ ବେଶ ଭାବବିହ୍ଵଳ ହୋଇପଡ଼ିଥିଲେ । ସଂସ୍ଥାର ଗରିମା ଅତୁଟ ରଖିବା ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି । ସର୍ଟକଟ ରାସ୍ତା ନୁହେଁ କଠିନ ପରିଶ୍ରମୀ ହେବାକୁ ଯୁବ ଆଇନଜୀବୀଙ୍କୁ ଦେଇଛନ୍ତି ପରାମର୍ଶ । କହିଥିଲେ, ଜଣେ ବିଚାରପତିଙ୍କ କାର୍ଯ୍ୟ ହେଉଛି ଏକ ଶକ୍ତ ରଜ୍ଜୁ ଉପରେ ଚାଲିବା ଭଳି । ଜଣେ ବ୍ୟକ୍ତି ତଥା ଜଜ ଭାବେ ତାଙ୍କୁ ଭାରସାମ୍ୟ ରକ୍ଷା କରି ବିଧି ବ୍ୟବସ୍ଥା ମଧ୍ୟରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପଡ଼ିଥାଏ । ତେଣୁ ଜଜଙ୍କ ପାଇଁ କିଛି ସୁଖଦ ଓ ଦୁଃଖଦ ଘଟଣା ନିଶ୍ଚୟ ଆସିବ ।

high court

ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ ବେଳେ କିଛି ଲୋକଙ୍କର ଭାବପ୍ରବଣତାକୁ ଆଘାତ ଦେଇଥାଇପାରେ । ହେଲେ ଏହା ପଛରେ କୌଣସି ଉଦ୍ଦେଶ୍ୟ ନାହିଁ । ଏନେଇ ଯଦି କିଛି ତିକ୍ତ ଅନୁଭୂତି ଥାଏ ତେବେ ତାକୁ ଭୁଲିଯିବା ପାଇଁ ଅନୁରୋଧ ଜଣାଇଛନ୍ତି । ଯଦି ଜାଣତ ବା ଅଜାଣତରେ ହାଇକୋର୍ଟ କର୍ମଚାରୀ, ବାର୍‌ ସଦସ୍ୟ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦୁଃଖ ଦେଇଥାଆନ୍ତି ସେଥିପାଇଁ କ୍ଷମା କରିଦେବାକୁ କହିଛନ୍ତି ଜଷ୍ଟିସ ଜାଭେରୀ । ଲୋକଙ୍କ ଯିବା ଆସିବା ତ ଲାଗ ରହିବ । ହେଲେ ସଂସ୍ଥା ସବୁବେଳେ ରହିଥିବ । ତେଣୁ ସଂସ୍ଥାର ଗରିମା ଅକ୍ଷୁଣ୍ଣ ରଖିବାକୁ ସମସ୍ତେ ଉଦ୍ୟମ କରିବା ଉଚିତ । ଏହି ଅବସରରେ ଜଷ୍ଟିସ ଜାଭେରୀ ତାଙ୍କ ସରକାରୀ ବାସଭବନରେ କାର୍ଯ୍ୟରତ ମାଳି ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି । ସେହିପରି ଜାଣତ ବା ଅଜାଣତରେ କାହାରିକୁ ଆଘାତ ଦେଇଥିଲେ ସେଥିପାଇଁ କ୍ଷମା ମାଗିଛନ୍ତି ଜଷ୍ଟିସ ଜାଭେରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.