Below header

ରାୟପୁରରେ ଓଡ଼ିଶା ନିବେଶ ସମ୍ମିଳନୀ: ଓଡ଼ିଶାରେ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ମନ୍ତ୍ରୀ ଓ ସଚିବ

ରାଜ୍ୟରେ କାରବାର ଆରମ୍ଭ ପାଇଁ ଆଶ୍ୱାସନା ଦେଇଛନ୍ତି ସରକାର । ନିବେଶ କ୍ଷେତ୍ରରେ ବିଜୁ ଏକ୍ସପ୍ରେସ େଓ୍ଵରେ ବିଜୁ ଅର୍ଥନୈତିକ କରିଡରର ବିପୁଳ ସମ୍ଭାବନା ରହିଛି । ଏଥିସହ ଓଡ଼ିଶା ଦ୍ୱାରା ଦିଆଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଓ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ସମ୍ମିଳନୀ ଓ ରୋଡ୍‌ ସୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

କେନ୍ୟୁଜ୍(ବ୍ୟୁରୋ):  ରାୟପୁରରେ ଓଡ଼ିଶା ନିବେଶ ସମ୍ମିଳନୀ । ରାଜ୍ୟରେ କାରବାର ଆରମ୍ଭ ପାଇଁ ଆଶ୍ୱାସନା ଦେଇଛନ୍ତି ସରକାର । ନିବେଶ କ୍ଷେତ୍ରରେ ବିଜୁ ଏକ୍ସପ୍ରେସ େଓ୍ଵରେ ବିଜୁ ଅର୍ଥନୈତିକ କରିଡରର ବିପୁଳ ସମ୍ଭାବନା ରହିଛି । ଏଥିସହ ଓଡ଼ିଶା ଦ୍ୱାରା ଦିଆଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଓ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ସମ୍ମିଳନୀ ଓ ରୋଡ୍‌ ସୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ରୋଡ୍‌ ସୋରେ ଅଂଶଗ୍ରହଣ କରିଥିଲେ ଛତିଶଗଡ଼ର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ।

ନିବେଶ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଧାତବ ଓ ଧାତବ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଥିବା ଓଡ଼ିଶାର ଔଦ୍ୟୋଗିକ ପରିବେଶ ସମ୍ପର୍କରେ ଅବଗତ କରାଇଥିଲେ । ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଶିଳ୍ପ ମନ୍ତ୍ରୀ । ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓଡ଼ିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଏହାର ମାନ୍ୟତା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ । ବିପୁଳ ପ୍ରାକୃତିକ ସମ୍ପଦ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁ ରାଜ୍ୟର ଅଭିବୃଦ୍ଧି ଘଟୁଥିବା କହିଥିଲେ ମୁଖ୍ୟ ଶାସନ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.