କାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ ଫୁଲ ବଗିଚା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଏଠାରେ ଥିବା ବଗିଚାଟି ହସି ଉଠୁଛି ନାନା ଜାତିର ଫୁଲରେ । ଶୀତ ଦିନରେ ମହକୁଛି ସାରା ଅଞ୍ଚଳ । ଠିକ୍‌ ରାଜଭବନ ଭଳି ଲୋକସେବା ଭବନରେ ମଧ୍ୟ ସାଧାରଣ ଜନତାଙ୍କୁ ଏସବୁ ଉପଭୋଗ କରିବାର ସୁଯୋଗ ମିଳିବ । ଆସନ୍ତା ୧୧, ୧୨, ୧୯, ୨୫ ଏବଂ ୨୬ ତାରିଖ ପୂର୍ବତନ ସଚିବାଳୟ ବା ବର୍ତ୍ତମାନର ଲୋକସେବା ଭବନ ଖୋଲା ରହିବ । ଲୋକମାନେ ୧ ନମ୍ବର ଗେଟ୍‌ ଦେଇ ଏଠାକାର ଆକର୍ଷଣୀୟ ଫୁଲ ବଗିଚାକୁ ଦେଖି ପାରିବେ । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଅପରାହ୍ନ ୩ଟାରୁ ୫.୩୦ ଯାଏ ଏହି ବଗିଚା ଦେଖିବାର ସୁଯୋଗ ମିଳିବ । ଅନ୍ୟ ଦିନମାନଙ୍କରେ ଲୋକସେବା ଭବନରେ ସାଧାରଣ ଲୋକଙ୍କୁ ପ୍ରବେଶର ଅନୁମତି ମିଳୁ ନଥିବାରୁ ଏହି ସମୟରେ ପ୍ରବଳ ଗହଳି ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.