Below header

ଏଣିକି ଏହି ଆପ ଜରିଆରେ ମହିଳା ମାନେ କରିପାରିବେ ଯୌନ ନିର୍ଯ୍ୟାତନା ଅଭିଯୋଗ, ଗୋପନରେ ରହିବ ତଥ୍ୟ

ଭାରତର ମହିଳା ମାନେ ସେମାନଙ୍କ ପ୍ରତି ହେଉଥିବା ଯୌନ ଦୁର୍ବ୍ୟବହାରର ଅଭିଯୋଗ ଏକ ଆପ ମାଧ୍ୟମରେ ସିଧାସଳଖ କରିପାରିବେ । ଏଣିକି ସେମାନଙ୍କୁ ଆଉ ଥାନା ମାନଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ । ଏହି ଆପ ଜରିଆରେ ମହିଳା ମାନେ କାନୁନର ସାହାଯ୍ୟ ନେବା ସହ ଡାକ୍ତରୀ ଚିକିତ୍ସାର ସୁବିଧା ମଧ୍ୟ ପାଇ ପାରିବେ । ଏହି ଆପ ମାଧ୍ୟମରେ ମହିଳା ମାନେ ସେହି ସେହି ମାମଲା ନେଇ ରିପୋର୍ଟିଂ କରିପାରିବେ ଯେଉଁଥିରେ ସାଧାରଣତଃ ରିପୋର୍ଟିଂ କରାଯାଏ ନାହିଁ ବା ଘଟଣାକୁ ଚପାଇ ଦିଆଯାଏ । ଏହି ଆପଟିର ନାଁ ରଖାଯାଇଛି ‘ସ୍ମାସବୋର୍ଡ’ ଆପ | ଯାହାକି ସମ୍ପୂର୍ଣ ରୂପେ ପ୍ରାଇଭେଟ ମାଧ୍ୟମରେ ହିଁ ଚାଲିବ ।

mobile app

 

ଏହି ଆପ ଜରିଆରେ ଦୁଷ୍କର୍ମ ପୀଡିତାଙ୍କ ଫଟୋ, ସ୍କ୍ରୀନସଟ, ଡକ୍ୟୁମେଣ୍ଟ, ଭିଡିଓ, ଅଡିଓକୁ ପ୍ରମାଣ ଭାବେ ସେଭ କରାଯାଇପାରିବ । ଏହି ଆପ ବିଷୟରେ ଆପଟିର ଫାଉଣ୍ଡର ନୁପୁର ତିୱାରୀ ଏକ ନ୍ୟୁଜ ଏଜେନ୍ସିକୁ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଆପ ଜରିଆରେ ପୀଡିତାଙ୍କୁ ମେଡିକାଲ ଚିକିତ୍ସା ସହ କାନୁନ ସାହାଯ୍ୟ ମଧ୍ୟ ମିଳିପାରିବ । ତାଙ୍କ ଅନୁଯାୟୀ ସ୍ମାସବୋର୍ଡ ୟୁଜର ମାନଙ୍କ ଲୋକେସନ ଟ୍ରାକ ହେବ ନାହିଁ କି ସେମାନଙ୍କ ଡାଟା ସହ କୌଣସି ପ୍ରକାର ସାଲିସ ହେବ ନାହିଁ ।

୨୦୧୮ ମସିହାରେ ଥମସନ ରଇଟର ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ମହିଳା ପ୍ରତି ହେଉଥିବା ଦୁଷ୍କର୍ମ ତାଲିକାରେ ଭାରତର ନାଁ ସବୁଠୁ ଆଗରେ ଥିଲା । ଯେବେକି ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣ ଅନୁଯାୟୀ ୨୦୧୭ ମସିହାରେ ହିଁ କେବଳ ୯୦ ଦିନରେ ୩୨,୫୦୦ ଯୌନ ଉତ୍ପୀଡ଼ନ ନେଇ ଅଭିଯୋଗ ଦାୟର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.