ପାରଳା ରାଜାଙ୍କ ଦେହାନ୍ତରେ ମର୍ମାହତ ପ୍ରଜା, ଗଜପତି ଉତ୍ସବରେ ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଦେହାନ୍ତ ଯୋଗୁ ଗଜପତି ଉତ୍ସବରେ ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜିଠାରୁ ହେବାକୁ ଥିବା ଗଜପତି ଉତ୍ସବ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଜିଲ୍ଲାପାଳ ଓ ଗଜପତି ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ । ମହାରାଜା ଗୋପୀନାଥ ଗଜପତିଙ୍କ ସ୍ମୃତିରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ଆସନ୍ତାକାଲିଠାରୁ ପଲ୍ଲୀଶ୍ରୀ ମେଳା ଚାଲୁ ରହିବ । ସେପଟେ ମହାରାଜାଙ୍କ ଶେଷ ଦର୍ଶନ ପାଇଁ ପାରଳାଖେମୁଣ୍ଡି ରାଜନଅରରେ ବିଭିନ୍ନ ବ୍ୟବସ୍ଥା କରାଯିବା ସହ ମୃତ ଦେହ ନେବା ପାଇଁ ରାଜନଅରର କାନ୍ଥ ଭଙ୍ଗା ଯାଇଛି । ରାଜନଅର

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.