Below header

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ନିଜ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ଅନ୍ୟମାନେ କରିବାକୁ ଦେଲେ ଆହ୍ୱାନ

କେନ୍ୟୁଜ(ବ୍ୟୁରୋ):ଲାକଡାଉନ ସମୟରେ ନିଜ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଘରର ଝିଅ ବୋହୁ, ସ୍ତ୍ରୀଲୋକଙ୍କୁ ଏହି ଲକଡାଉନ ସମୟରେ ମନପସନ୍ଦର ଖାଇବା ବରାଦ ନକରି ବରଂ ନିଜେ ସେମାନଙ୍କୁ କିଛି ସାହାର୍ଯ୍ୟ କରନ୍ତୁ ବୋଲି  ଅପିଲ କାରିଥିଲେ। ଏହାକୁ ମାନି ଆଜି ମନ୍ତ୍ରୀ ସମୀର ଦାସ ନିଜେ ହାଟ ସଉଦା କରିବା ସହ ନିଜେ ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିଥିଲେ ।

samir dash2

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ପରାମର୍ଶ କରି କହିଛନ୍ତି ଯେ ଘରର ମହିଳା ମାନଙ୍କ ଉପରକୁ ଲକ୍ ଡାଉନ୍ ର ବୋଝ ଲଦିବାକୁ ଦିଅନ୍ତୁ ନାହିଁ। ନିଜେ ଯାଇ ରୋଷେଇ ଘରେ ସାହାଯ୍ୟ କରନ୍ତୁ।ସେମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗି ପଡ଼ିବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ମାନି ମୁଁ ମୋ ପତ୍ନୀଙ୍କୁ ସାହାଯ୍ୟ କରୁଛି ଆପଣ ମାନେ ମଧ୍ୟ ସାହାଯ୍ୟ କରନ୍ତୁ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.