Below header

ଜଳୁଛି ଶିମିଳିପାଳରେ ୪ଟି ରେଞ୍ଜର ୧୦ଟି ସ୍ଥାନ: ଗୁରୁତ୍ୱର ସହ ନେଲେ ରାଜ୍ୟ ସରକାର, ନିଆଁ ଲିଭାଇବା ପାଇଁ ୫ଟି ଟିମ୍ ଗଠନ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳରେ ୪ଟି ରେଞ୍ଜର ୧୦ଟି ସ୍ଥାନରେ ନିଆଁ ଲାଗିଛି । ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ନିଆଁ ଲିଭାଇବା ପାଇଁ ଜଶୀପୁର ଅଗ୍ନିଶମ କେନ୍ଦ୍ରରେ ୫ଟି ଟିମ ଗଠନ କରାଯାଇଛି । ଏହି ଟିମ ଶିମିଳିପାଳ ଉତ୍ତରରେ ଥିବା ଜଶୀପୁର ଡେପୁଟି ଡାରେକ୍ଟଟର ଅଧୀନରେ କାମ କରିବେ ।

ସୂଚନା ମୁତାବକ ବାରିପଦା ଓ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରରୁ ପାଖାପାଖି ୨୫ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଏଠାରେ ଅଛନ୍ତି । ଏମାନଙ୍କ ପାଇଁ ସ୍ୱତନ୍ତ୍ର ୫ଟି ଗାଡି ଥିଲା ବେଳେ ଆଜି ବାରିପଦା, ବାଲେଶ୍ଵର ଓ ଭଦ୍ରକରୁ ତିନୋଟି ଗାଡି ପହଞ୍ଚିବ । ଏମାନଙ୍କ ସହିତ ଆଉ ୧୦ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚିବେ । ଶିମିଳିପାଳରେ ଯେଉଁଠି ନିଆଁ ଲାଗିବ ଏମାନେ ସେଠାକୁ ଯାଇ ନିଆଁ ଲିଭେଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.