ଭୁବନେଶ୍ବର: ଘୋଷଣା ହେଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏକାଡେମୀ ସମ୍ମାନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨ ବର୍ଷ ପାଇଁ ଘୋଷଣା ହୋଇଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଏକାଡେମୀ ସମ୍ମାନ । ୨୦୧୭-୧୮ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଡ.ଶ୍ୟାମାମଣି ଦେବୀ । ସେହିଭଳି ୨୦୧୮-୧୯ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଉପେନ୍ଦ୍ର କୁମାର ପାଣିଗ୍ରାହୀ nat। ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୨୦୧୭-୧୮ ଓ ୨୦୧୮-୧୯ ପାଇଁ ୩୦ ଜଣଙ୍କୁ ଏକାଡେମୀ ପୁରସ୍କାର ପାଇବେ । ୨୦୧୭-୧୮ ପାଇଁ ଓଡ଼ିଶୀ କଣ୍ଠସଙ୍ଗୀତ ପାଇଁ ଶାନ୍ତିଲତା ବାରିକ ଛୋଟରାୟ ପାଇବେ ଏକାଡେମୀ ପୁରସ୍କାର । ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତରେ ଅଳକା ଚାନ୍ଦ ପାଇବେ ଏକାଡେମୀ ପୁରସ୍କାର । ସେହିଭଳି ସୁଗମ ସଙ୍ଗୀତରେ ସାଧୁ ମିଶ୍ର, ଲୋକବାଦ୍ୟରେ ଆଲୋକ ପ୍ରକାଶ ଦାସ, ଲୋକସଙ୍ଗୀତରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନାରେ ହେମେନ୍ଦ୍ର ମହାପାତ୍ର, ଅଭିନୟରେ ବୃନ୍ଦାବନ ବାରିକ ଓ ବିଦ୍ୟୁତ୍‌ପ୍ରଭା ପଟ୍ଟନାୟକ, ନିର୍ଦ୍ଦେଶନାରେ ପ୍ରସନ୍ନ ମିଶ୍ର ଏବଂ ଓଡ଼ିଶୀ ନୃତ୍ୟରେ ବ୍ରଜକିଶୋର ମଲ୍ଲିକଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ସେହିପରି ୨୦୧୮-୧୯ ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ସୀମାଞ୍ଚଳ ଦାସ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତରେ ହରିହର ରଥ, ସୁଗମ ସଙ୍ଗୀତରେ ଗୀତା ଦାଶ, ଲୋକ ସଙ୍ଗୀତରେ ସୁଶ୍ରୀ ବିଥିକା ଚାଟାର୍ଜୀ, ନାଟ୍ୟ ରଚନାରେ ସୁଧାଂଶୁ ନାୟକ, ଅଭିନୟରେ ନିରଞ୍ଜନ ସାହୁ ଓ ଲକ୍ଷ୍ମୀପ୍ରିୟା ମିଶ୍ର , ନିର୍ଦ୍ଦେଶନାରେ ହରେନ୍‌ ସାହୁ ଏବଂ ଓଡ଼ିଶୀ ନୃତ୍ୟରେ ମୀରା ଦାସଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.