Below header

ଜାମ୍ମୁ ଓ କାଶ୍ମୀରର ଦାୟିତ୍ୱରେ ଓଡ଼ିଆ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ଟପ୍‌ ପୋଷ୍ଟରେ ଆଉ ଜଣେ ଓଡ଼ିଆ। ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବାକୁ ଯାଉଛନ୍ତି ଗିରୀଶ ମୁର୍ମୁ । ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିବା ସତ୍ୟପାଳ ମଲିକଙ୍କ ବଦଳି ହୋଇଛି। ଧାରା ୩୭୦ ହଟିବା ଓ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଲଗା ହେବାର ୨ ମାସ ପରେ ବଦଳି ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀରେ ଗିରୀଶଚନ୍ଦ୍ର ମୁର୍ମୁଙ୍କ ଜନ୍ମ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି। ଗିରୀଶ ଚନ୍ଦ୍ର ଗୁଜରାଟ କ୍ୟାଡର ୧୯୮୫ ବ୍ୟାଚ୍‌ର ଆଇଏଏସ ଅଫିସର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ପ୍ରମୁଖ ସଚିବ ଥିଲେ ଗିରୀଶ ଚନ୍ଦ୍ର। ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗରେ ଏକ୍ସପେଣ୍ଡିଚର ସେକ୍ରେଟାରୀ ଅଛନ୍ତି। ଗିରୀଶ ଚନ୍ଦ୍ର ମୁର୍ମୁ ନରେନ୍ଦ୍ର ମୋଦିଙ୍କ ନିକଟତର ଭାବେ ଜଣାଶୁଣା।…ଧାରା ୩୭୦ଉଚ୍ଛେଦ ପରେ ଚର୍ଚ୍ଚାରେ ରହିଛି, ଜମ୍ମୁ ଓ କଶ୍ମୀର। ସେଠାରେ ବର୍ତ୍ତମାନ ସ୍ଥିତିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବା, ବେଶ୍‌ ଚ୍ୟାଲେଞ୍ଜିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ୱସନୀୟ ଥିବାରୁ ତାଙ୍କୁ ସେହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଦେଶର ୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିଚ ଅଂଚଳର ସର୍ବୋଚ୍ଚ ପଦବୀରେ ଓଡ଼ିଆ ଅଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ଅଛନ୍ତି ଦ୍ରୌପଦୀ ମୁର୍ମୁ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଅଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ବର୍ତ୍ତମାନ ଆଉ ଜଣେ ଓଡ଼ିଆ ଲେପ୍ଟେନାଣ୍ଟ ଗଭର୍ଣ୍ଣର ହୋଇଛନ୍ତି। ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀର ଲେପ୍ଟେନାଣ୍ଟ ଗଭର୍ଣ୍ଣର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.