ଡ୍ରେସ ପାଇଁ ଟଙ୍କା ନଦେବାରୁ ଜନ୍ମ କଲା ମା’କୁ ହତ୍ୟା କଲା ପୁଅ

କେନ୍ଦୁଝର (କେନ୍ୟୁଜ): ଡ୍ରେସ ପାଇଁ ଟଙ୍କା ନଦେବାରୁ ମା’କୁ ହତ୍ୟା କଲା ପୁଅ। ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଉପରବରଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମୁଗ ସାନ୍ତା । ରଜରେ ସମସ୍ତେ ନୂଆ ଡ୍ରେସ୍‌ ପିନ୍ଧିଥିବାରୁ ମାଆକୁ ଡ୍ରେସ୍‌ କିଣିବା ପାଇଁ ୧୦ ବର୍ଷର ପୁଅ ଟଙ୍କା ମାଗିଥିଲା।

ମୁଗ ପଇସା ନଦେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ହତ୍ୟା କରିବା ପରେ ଗାଁରେ ଖବର ଦେଇଥିଲା। ଗାଁ ଲୋକ ନୟାକୋଟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ନୟାକୋଟ ପୋଲିସ। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।