Below header

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା ! ଶୋଇଥିବା ବେଳେ ଯୋଜନା କରି ହତ୍ୟା କରାଯାଇ ଥିବାର ଅନୁମାନ

କରଞ୍ଜିଆ (କେନ୍ୟୁଜ): ଡାହାଣୀ ସନ୍ଦେହରେ ବୀଭତ୍ସ ହତ୍ୟା । ୭୫ ବର୍ଷୀୟା ବିଧବା ବୁଢ଼ୀକୁ ପଥରରେ ଛେଛି ଛେଛି ହତ୍ୟା କରିଥିବା ଘଟଣା ଆଜି ସାମ୍ନାକୁ ଆସିଛି । ଏମିତି ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପୁଡାଗଡ଼ ଗାଁରେ। ମୃତ ବୁଢ଼ୀଙ୍କ ନାଁ ହେଉଛି ଚମ୍ପା ହେମ୍ରମ।

ଗତକାଲି ବିଳମ୍ବିତ ରାତ୍ରରେ ଘରେ ସମସ୍ତେ ଶୋଇ ଯାଇଥିବା ବେଳେ ଯୋଜନା କରି ହତ୍ୟା କରାଯାଇ ଥିବାର ଅନୁମାନ କରୁଛି ପୋଲିସ । ଘଟଣା ସ୍ଥାନରେ ଯଶିପୁର ପୋଲିସ ସହିତ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଉ କିଛି ସମୟରେ ମଧ୍ୟରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ SDPO।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.