ସରକାରଙ୍କ ଏହି ସ୍କିମରେ କେବଳ ଏମାନେ ହିଁ ଉଠାଇପାରିବେ ଫାଇଦା, ପାଇବେ ୩୬ ହଜାର ଟଙ୍କା ପେନସନ

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନ୍ତର୍ଗତ ରୋଡ ସାଇଡ ବ୍ୟବସାୟୀ, ରିକ୍ସା ଚାଳକ,ଶ୍ରମିକ ତଥା ଠିକାଦାର ଭଳି ଲୋକ ଯେଉଁମାନେ ଅସଂଗିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରସରାକାର ଏକ ଯୋଜନା ବାହାର କରିଛନ୍ତି। ଏମିତିରେ ବୃଦ୍ଧ ଅବସ୍ଥାରେ ତାଙ୍କୁ ଚଳିବା ପାଇଁ କୌଣସି ସମସ୍ୟା ହେବ ନାହ ିଁ।

ଏବେ ଏହିଭଳି ସ୍ତରରେ କାମ କରୁଥିବା ଲୋକଙ୍କ ବୃଦ୍ଧ କାଳୀନ ଅବସ୍ଥାକୁ ସୁରକ୍ଷିତ ରଖିବା ତଥା ସେମାନଙ୍କ ଖର୍ଚ୍ଚ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବାହାରିଛି। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା। ସରକାର ଏହି ଯୋଜନା ମୁତାବିକ ପେନସନର ଗ୍ୟାରେଣ୍ଟି ଦେଇଥାନ୍ତି। ଏହି ଯୋଜନାରେ ଆପଣଙ୍କୁ ମାସିକ ପେନସନ ରାଶି ମିଳିବ। ଯେଉଁଥିରେ ଆପଣ ସହଜରେ ନିଜ ଗୁଜୁରାଣ ମେଣ୍ଟାଇପାରିବେ। ଜାଣନ୍ତୁ ଏହି ଯୋଜାନ ସମ୍ପର୍କରେ..

କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ଆପଣଙ୍କୁ ପ୍ରତିଦିନ ମାତ୍ର ୨ ଟଙ୍କା ଜମା କରିବାକୁ ହେବ। ଏମିତିରେ ବାର୍ଷିକ ୩୬ହଜାର ଟଙ୍କା ପେନସନ ପାଇବେ। ମାନେ ପ୍ରଥମେ ଏହି ସ୍କିମରେ ୫୫ ଟଙ୍କା ଜମା କରିବାକୁ ହେବ। ୧୮ ବର୍ଷର ପିଲା ପ୍ରତିଦିନ ୨ ଟଙ୍କା ଜମା କରିବେ। ପରେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ। ଯଦି କେହି ୪୦ ବର୍ଷ ବୟସରୁ ଏହି ସ୍କିମ ଆରମ୍ଭ କରୁଛନ୍ତି ତେବେ ପ୍ରତିମାସରେ ୨୦୦ ଟଙ୍କା ଜମା କରିବାକୁ ହେବ। ୬୦ ବର୍ଷ ବୟସରେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯିବ। ଏମିତିରେ ଆପଣଙ୍କୁ ୩୦୦୦ ଟଙ୍କା ମାସିକ ମାନେ ବାର୍ଷିକ ୩୬ ହଜାର ଯଙ୍କା ପେନସନ ମିିଳିବ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ସେଭିଂ ଆକାଉଣ୍ଟ ଓ ଆଧାର କାର୍ଡ ଥିବା ଜରୁରୀ। ବ୍ୟକ୍ତିର ବୟସ ୧୮ ବର୍ଷରୁୂ କମ ଓ ୪୦ ବର୍ଷରୁ ଅଧିକ ନହୋଇଥିବା ଜରୁରୀ।

ଏଥିପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟରରେ ପଞ୍ଜିକରଣ କରିପାରିବେ। ଏହି ପୋର୍ଟଲରେ ଆପଣ ନିଜ ରେଜିଷ୍ଟ୍ରେସନ କରିପାରିବେ। ସରକାର ଏଥିପାଇଁ ସ୍ପେଶିଫିକ ପୋର୍ଟାଲ ତିଆରି କରିଛନ୍ତି। ଏହା ଜରିଆରେ ଆପଣ ସମସ୍ତ ତଥ୍ୟ ମଧ୍ୟ ପାଇପାରିବେ।

ପଞ୍ଜିକରଣ ପାଇଁ ଆପଣ ନିଜ ଆଧାର କାର୍ଡ, ଜନଧନ ବ୍ୟାଙ୍କଖାତା, ପାସବୁକ, ମୋବାଇଲ ନମ୍ବର ଦେବାକୁ ହେବ। ଏହାପରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।

ତେବେ ମନେ ରଖନ୍ତୁ ଯେ ଏହି ଯୋଜନାର ଲାଭ ସେମାନେ ହିଁ ଉଠାଇପାରିବେ ଯେଉଁମାନଙ୍କ ମାସିକ ଆୟ ୧ ୫ ହଜାର ଟଙ୍କାରୁ କମ ଥିବ। ଯଦି ଏହା ସମ୍ପର୍କରେ ଜାଣିପାରୁନାହାନ୍ତି ତେବେ ଆପଣ ଏହାର ଟୋଲ ଫ୍ରି ନମ୍ବର ୧୮୦୦୨୬୭୬୮୮୮ କୁ କଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.