ସୋନିଆ ଗାନ୍ଧୀଙ୍କ ଶ୍ୱାସନଳୀରେ ସଂକ୍ରମଣ, କରୋନା ପରେ ନାକରୁ ପଡ଼ିଥିଲା ରକ୍ତ! ଜୟରାମ ରମେଶ ଜାରି କଲେ ହେଲ୍‌ଥ ଅପଡେଟ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗତ କିଛିଦିନ ତଳେ କରୋନା ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେ ନେଇ ହେଲ୍‌ଥ ଅପ୍‌ଡେଟ ଦେଇଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍‌ ୧୨ରେ ସୋନିଆ ଗାନ୍ଧୀଙ୍କ ନାକରୁ ରକ୍ତ ବାହାରିଥିଲା, ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୋନିଆ ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି।

କଂଗ୍ରେସ ତରଫରୁ ମହାସଚିବ ଜୟରାମ ରମେଶ ସୋନିଆ ଗାନ୍ଧୀଙ୍କ ହେଲ୍‌ଥ ଅପ୍‌ଡେଟ ଜାରି କରିଛନ୍ତି। ସେ କହିଛନ୍ତି, ସୋନିଆ କରୋନାର ଶିକାର ହୋଇଥିଲେ। ଜୁନ୍‌ ୧୨ରେ ତାଙ୍କ ନାକରୁ ରକ୍ତ ପଡ଼ିଥିଲା। ଏହାପରେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

photo: aajtak

ଜୟରାମଙ୍କ ମୁତାବକ, ହସ୍ପିଟାଲରେ ତୁରନ୍ତ ସୋନିଆଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। କୁହାଯାଉଛି ଯେ ଗତକାଲି ଗୁରୁବାର ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ପରେ ଜଣାପଡ଼ିଥିଲା କି, ତାଙ୍କ Lower respiratory tractରେ ପଙ୍ଗଲ ଇନ୍‌ଫେକ୍ସନ ରହିଛି।

ଜୟରାମ ଲେଖିଛନ୍ତି, ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ଜାରି ରହିଛି। ତାଙ୍କୁ କୋଭିଡ୍‌ ପରେ ଆହୁରି ବି କେତେକ ସମସ୍ୟା ରହିଛି। ଏବେ ସେ ଡାକ୍ତରଙ୍କ ହେପାଜତରେ ଅଛନ୍ତି।