ମାର୍ଚ୍ଚ ୨୪ରେ ପୌର ଭୋଟ୍‌, ପ୍ରଥମ ଥର ପାଇଁ ସିଧାସଳଖ ହେବ ମେୟର ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ପୋୖର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୋୖର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୪ରେ ପୋୖର ଭୋଟ୍। ୨୬ ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା। ଏହା କେବଳ ପୋୖରଞ୍ଚଳରେ ଲାଗୁ ହେବ। ଫେବୃୟାରୀ ୨୮ରେ ଵିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ୭ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୪ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏପ୍ରିଲ 8ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ ୭ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ। ୧୦୬ ପୋୖର ପରିଷଦରେ ହେବ ନିର୍ବାଚନ। ୪୭ମୁନିସିପିଲ୍ଟି ଓ ୫୯ ଏନଏସିରେ ହେବ ନିର୍ବାଚନ।

ଏହା ସହ ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ପୋୖର ନିର୍ବାଚନ ହେବ। ଏଥର ପୋୖର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ। ଏଥର ନୋଟା ମଧ୍ୟ ରହିବ। ସମୁଦାୟ ୪୧ ଲକ୍ଷ ଭୋଟ୍ ର ମତଦାନ ସାବ୍ୟସ୍ତ କରିବେ। ୧୦୬ ଟି ପୋୖର ପରିଷଦରେ ୧୭୩୧ଟି ୱାର୍ଡ ର ୩୦୩୦ଟି ବୁଥ ରହିଛି ଏବଂ ୨୭ ଲକ୍ଷରୁ ଅଧିକ ଭୋଟ୍ ର ରହିଛନ୍ତି।

ସେହିପରି ୩ଟି ପୋୖର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି। ଏଥରକ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ। ଗୋଟିଏ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ଦେବେ। ଆଉ ଗୋଟିଏ ପରିବାର ସମ୍ପର୍କରେ ତଥ୍ୟ ଦେବେ।