ନିମ୍ବ ଗଛରୁ ବାହାରୁଛି କ୍ଷୀର, ଦେଖିବାକୁ ଜମିଛି ଲୋକଙ୍କ ଭିଡ଼

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗ୍ରାମରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରୁ ଏହି କ୍ଷୀର ବାହାରୁଛି। ଗତକାଲି ସନ୍ଧ୍ଯା ସମୟରେ ଗ୍ରାମର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଆଜି ସକାଳୁ ଏହାକୁ ଦେଖିବାପାଇଁ ବହୁ ଲୋକଙ୍କ ଭିଡ ଜମିଛି।

ତେବେ କାହିଁକି ଗଛରୁ ଆପେ ଆପେ କ୍ଷୀର ବାହାରୁଛି ତାହା ଜଣାପଡିନଥିବା ବେଳେ କୌଣସି ଆଧ୍ୟାତ୍ମିକ କାରଣ ଯୋଗୁ ଏହି କ୍ଷୀର ବାହାରୁଥିବା ଗ୍ରାମବାସୀ ବିଶ୍ଵାସ କରୁଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ଉକ୍ତ ଲିମ୍ବ ଗଛକୁ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି।