ଏଟିଏମ୍ ରୁ ୯୦ ହଜାର ଟଙ୍କା ଲୁଟ୍ କରିବା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଜଳେଶ୍ଵର(କେନ୍ଯୁଜ୍): ଏଟିଏମ୍ ରୁ ଲୁଟ୍ କରିବା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ସ୍ଥିତ ପବନ କମ୍ପ୍ଲେକ୍ସ ରେ ଥିବା ହିଟାଚି ଏଟିଏମରେ। ସୂଚନା ମୁତାବକ, ଗତକାଲି ରାତିରେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ କାଟିବା ସହିତ ଏଟିଏମ୍ ରେ ଥିବା ୯୦ ହଜାର ଟଙ୍କା ଲୁଟିବା ପରେ ଏଟିଏମ୍ ରେ ନିଆଁ ଲଗାଇ ଫେରାର ହୋଇ ଯାଇଛନ୍ତି।ଖବର ପାଇ ବସ୍ତା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।