ମାର୍ଚ୍ଚ ୧୧ ପୂର୍ବରୁ ଦେଶରେ ପ୍ରମୋସନ ହେବ ଫିଲ୍ମ ରାଧେ ଶ୍ୟାମ

ମାର୍ଚ୍ଚ ୧୧ ରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ସୁପରଷ୍ଟାର ପ୍ରଭାତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରାଧେ ଶ୍ୟାମ । ତେବେ ନିଜ ଫିଲ୍ମର ପ୍ରମୋସନ ପାଇଁ ବର୍ତ୍ତମାନ ମାର୍ଚ୍ଚ ୧୧ ତାରିଖ ପୂର୍ବରୁ ହିଁ ଫିଲ୍ମର ଅଭିନେତା ପ୍ରଭାତ ଓ ଅଭିନେତ୍ରୀ ପୂଜା ହେଗଡେ ୱାର୍ଲଡ ୱାଇଡ ଅର୍ଥାତ ଦେଶର ସମସ୍ତ ସ୍ଥାନରେ ମାର୍ଚ୍ଚ ୨ ରେ ପ୍ରମୋସନ ପାଇଁ ଯିବେ। ଫିଲ୍ମର ଟିମ ମେମ୍ବର ମଧ୍ୟ ପ୍ରମୋସନ ପାଇଁ ଯିବେ। ଫିଲ୍ମଟି ଏକ ଲଭ ଷ୍ଟୋରୀ ଉପରେ ଆଧାରିତ।

 

ତେବେ ପ୍ରଥମେ ପ୍ରମୋସନ ପାଇଁ ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଚି ଏବଂ ବାଙ୍ଗାଲୋର ସିଟିକୁ ଯିବାର ବ୍ୟବସ୍ଥା କରାଯାଇଛି ।ଏହା ପରେ ଅନ୍ୟ ସହରକୁ ଯିବା ପାଇଁ ଟିମ ପ୍ରସ୍ତୁତ ଥିବା କହିଛି।’ରାଧେ ଶ୍ୟାମ’ ଟିମ୍ ପ୍ରେସ୍ ମିଟ୍ କରି ଗଣମାଧ୍ୟମ ସହିତ ଯୋଗାଯୋଗ କରିବେ ଏବଂ ଚଳଚ୍ଚିତ୍ରର ହାଇପ୍ରୋଫାଇଲ୍ କରିବା ପାଇଁ ପ୍ରମୋସନାଲ୍ ଏବଂ ବିଟିଏସ୍ ଭିଡିଓ ମଧ୍ୟ ଜାରି କରାଯିବ।
ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ମା’ଙ୍କ ଭୂମିକା ନିଭାଇଥିବା ନଜର ଆସିବେ। ଏହି ଫିଲ୍ମ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର UV କ୍ରିଏସନ୍ ବ୍ୟାନରରେ ନିର୍ମିତ ଏବଂ ଗୁଲସନ୍ କୁମାର ଓ ଟି-ସିରିଜ୍ ଦ୍ୱାରା ଉପସ୍ଥାପିତ ହୋଇଛି।