ଯାଜପୁର ସାମ୍ବାଦିକ ଆକ୍ରମଣ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ଯାଜପୁର (କେନ୍ୟୁଜ): ଯାଜପୁର ବିଂଝାରପୁର ବ୍ଳକ ବାଛୋଳ ବାମଦେବପୁର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା,ଆଉ ଜଣେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ରାଜ କିଶୋର ମଲ୍ଲିକ ଓରଫ ରାଜୁଆ। ଗତ ୨୦ ତାରିଖ ଦିନ ବାମଦେବପୁର ଭୋଟ ଗ୍ରହଣ କେନ୍ଦ୍ର ରେ ଜବରଦଖଲ ହେଉଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ପହଞ୍ଚି ଥିଲେ।

ଏହି ସମୟରେ କେତେକ ଦୁର୍ବୁତ୍ତ ସାମ୍ବାଦିକ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଆଜି ସୁଦ୍ଧା ମୋଟ ୧୬ ଜଣ ଗିରଫ ହୋଇଥିବା ସୂଚନା ଦେଇଥିଲେ ଯାଜପୁର ଏସ ପି ରାହୁଲ ପି ଆର। ଏହି ଘଟଣାରେ ଅନ୍ୟ କେତେକ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.