Below header

ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ, ହେବେ ରାଜ ଅତିଥି

ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ଏଥର ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ଦମ୍ପତି ସ୍ଥାନ ପାଇଛନ୍ତି । ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି ସଂପ୍ରଦାୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ ।

ସୁନାବେଡ଼ା(କେନ୍ୟୁଜ୍): ଚଳିତବର୍ଷ ସ୍ଵାଧିନତା ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି । ସୁନାବେଡାର ଚକୋଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟର ଯୁବଚାଷି ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି । ଆସନ୍ତା ସ୍ଵାଧିନତା ଦିବସରେ ଆଦିମ ଜନଜାତି ଦମ୍ପତିଙ୍କୁ  ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବା ପାଇଁ  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ  ନିମନ୍ତ୍ରଣ ଆସିଛି । ଆଜି ସୁନାବେଡାରୁ ବାହାରି ଦିଲ୍ଲୀ ଅଭିମୁଖେ ଗସ୍ତ କରିଥିବାରୁ ଆଦିବାସୀ ଦମ୍ପତି ବେଶ ଉତ୍ସାହିତ ହୋଇପଡିଛନ୍ତି ।

ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ଏଥର ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ଦମ୍ପତି ସ୍ଥାନ ପାଇଛନ୍ତି । ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି ସଂପ୍ରଦାୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତିର ଯୁବଚାଷି ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୁୀ ଯିବା ପାଇଁ ପ୍ରଧାନ ମନତ୍ରୀଙ୍କ କାଯର୍୍ୟାଳୟରୁ ସ୍ଵତନତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି । ସେଠାରେ ନିଜର ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ  କାର୍ଯ୍ୟକ୍ରମରେ ସାମିଲ ହେବେ । ଯାହାକୁ ନେଇ ଭୁଞ୍ଜିଆ ଦମ୍ପତି ବେଶ ଉତ୍ସାହିତ ହୋଇପଡିଛନ୍ତି ।

ସୁନାବେଡା ଅଭୟରାଣ୍ୟ ସମୁଦ୍ରପତନରୁ ସାଢେ ତିନି ହଜାର ଫୁଟ ଉଚ୍ଚତାରେ ରହିଛି । ଏଠାରେ ବହୁ ଆବାହମାନ କାଳରୁ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତିର ସଂପ୍ରଦାୟର ଲୋକମାନେ ବସବାସ କରିଆସୁଛନ୍ତି । ଚଳିତବର୍ଷ ସ୍ଵାଧିନତା ଦିବସରେ ଦିଲ୍ଲୀ ରାଜଦରବାରରେ ଓଡିଶାରୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଯୁବରାଜ ଛତ୍ରିଆ ଓ ତାଙ୍କ ପତ୍ନି ଆସମତିଙ୍କୁ ରାଜ ଅତିଥି ଭାବେ ନିମନତ୍ରଣ କାରାଯାଇଛି । ସୁନାବେଡାର ଯୁବଚାଷି ଯୁବରାଜ ଛତ୍ରିଆ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ  ୧୪ କିସ୍ତିରେ ୨୮ ହଜାର ଟଙ୍କା ପାଇଛନ୍ତି । ସେହି ସରକାରୀ ସହାୟତାକୁ ଯୁବରାଜ ଚାଷ ପାଇଁ ଖର୍ଚକରି ସୁନାର ଫସଲ ଫଳାଇଛନ୍ତି।  ସେ ନିଜ ଜମିରେ ଧାନ ଚାଷ ସହ ମିଲେଟ ଶସ୍ୟ ଚାଷ କରିଛନ୍ତି ।

ଗତବର୍ଷ ସୁନାବେଡା ଅଭୟାରଣ୍ୟରେ ପ୍ରଥମଥର ସଫଳତାର ସହ ଷ୍ଟ୍ରବେରି ଚାଷକରି ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ଦିଲ୍ଲୀଗସ୍ତ କରି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।  ଆଜି ଆଦିବାସୀ ଦମ୍ପତି ପ୍ରଥମେ ସୁନାବେଡା ଅଭୟାରଣ୍ୟର ଇଷ୍ଟଦେବୀ ଦେବୀ ମାଁ ସୁନାଦେଈଙ୍କୁ ଦର୍ଶନକରି ଆଶୀର୍ବାଦ ନେଇ ପରମ୍ପରା ଅନୁସାରେ ଖାଲିପାଦରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଆଦିବାସୀ ଦମ୍ପତି ନୂଆପଡାରୁ ବସ୍ ଯୋଗେ ଭୂବନେଶ୍ଵର ଅଭିମୁଖେ ଯାତ୍ରା କରିଛନ୍ତି ।

ଆସନ୍ତାକାଲି ଭୂବନେଶ୍ଵରରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀକୁ ଯିବେ ।  ସେଠାରେ ଅଗଷ୍ଟ ୧୪,୧୫ ଓ ୧୬ ତାରିଖ ତିନିଦିନଧରି ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଭୁଞ୍ଜିଆ ଦମ୍ପତିଙ୍କ ଦିଲ୍ଲୀଗସ୍ତ  ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୁନାବେଡା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର କହିଛନ୍ତି ।  ଭୁଞ୍ଜିଆ ଦମ୍ପତି ଦିଲ୍ଲୀରେ ସ୍ଵାଧିନତା ଦିବସ ପାଳନ ସମାରୋହରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସୁନାବେଡା ଅଂଚଳର ଆଦିମ ଜନଜାତିଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇବେ । ଦିଲ୍ଲୀ ରାଜପଥରେ ଯୋଗଦେବା ପାଇଁ  ନିମନ୍ତ୍ରଣ ମିଳିଥିବାରୁ ଭୁଞ୍ଜିଆ ଦମ୍ପତି ବେଶ ଖୁସି ଓ ଗର୍ବିତ ଅନୁଭବ କରିଛନ୍ତି । ଏଥିସହ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.