ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେଙ୍କ ବାପା ଶଶିକାନ୍ତଙ୍କ ପରଲୋକ

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବାପାଙ୍କର ୧୨ ଅଗଷ୍ଟରେ ଦେହାନ୍ତ ହୋଇଯାଇଛି । ଅଙ୍କିତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଶଶିକାନ୍ତ ଲୋଖଣ୍ଡେଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ କିନ୍ତୁ କୁହାଯାଉଛି ଯେ ଅଙ୍କିତାଙ୍କ ବାପା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।

ପବିତ୍ର ରିସ୍ତାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡ଼ିତ ଏକ ଦୁ!ଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବାପାଙ୍କର ୧୨ ଅଗଷ୍ଟରେ ଦେହାନ୍ତ ହୋଇଯାଇଛି । ଅଙ୍କିତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଶଶିକାନ୍ତ ଲୋଖଣ୍ଡେଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ କିନ୍ତୁ କୁହାଯାଉଛି ଯେ ଅଙ୍କିତାଙ୍କ ବାପା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଖବର ଅନୁଯାୟୀ, ଅଙ୍କିତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ଆଜି ଅର୍ଥାତ ୧୩ ଅଗଷ୍ଟରେ ହେବ। ତେବେ ଜାଣି ରଖନ୍ତୁ ତାଙ୍କ ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ଅଙ୍କିତା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନାହିଁ।

ଫାଦର୍ସ ଡେ ରେ ଅଙ୍କିତା ଲୋଖଣ୍ଡେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବାପାଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରି ଏକ ଭାବପ୍ରବଣ ନୋଟ ଲେଖିଥିଲେ । ନିଜ ନୋଟରେ ଅଙ୍କିତା ନିଜ ବାପାଙ୍କ ପାଇଁ ଅନେକ କଥା ଲେଖିଥିଲେ । ନିଜ ବାପାଙ୍କୁ କେତେ ଭଲ ପାଆନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରିଥିଲେ । ସେ ଏହା ମଧ୍ୟ ଲେଖିଥିଲେ ‘ମୁଁ ମୋ ଭାବନାକୁ ପ୍ରକାଶ କରିପାରୁ ନାହିଁ’ । ନିଜ ବାପାଙ୍କ ସଂଘର୍ଷ କଥା ମଧ୍ୟ ଲେଖିଥିଲେ ଅଙ୍କିତା ।

ଅଙ୍କିତା ଲୋଖଣ୍ଡେଙ୍କ ଓ୍ଵାର୍ଗଫ୍ରଣ୍ଟକୁ ଦେଖିବାକୁ ଗଲେ, ଅଭିନେତ୍ରୀଙ୍କୁ ଟିଭି ସିରିଏଲ ପବିତ୍ର ରିସ୍ତାରୁ ପରିଚୟ ମିଳିଥିଲା । ଏହି ସିରିଏଲରେ ଅଙ୍କତା ଅର୍ଚ୍ଚନା ଭୂମିକାରେ ଭଲ ଅଭିନୟ କରିଥିଲେ । ପରେ ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ଫିଲ୍ମ ମଣିକର୍ଣ୍ଣିକାରେ ସେ ନଜର ଆସିଥିଲେ । ଏହି ଫିଲ୍ମ ଦ୍ୱାରା ଅଙ୍କିତା ବଲିଓଡରେ ପାଦ ରଖିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଅଭିନେତ୍ରୀ ଅଙ୍କିତା ଅନସ୍କ୍ରିନରେ ଦେଖାଯାଇ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.