Below header

ବୟସ ୭୦ ଛୁଇଁଲାଣି, ତଥାପି ବଞ୍ଚିବା ପାଇଁ ଜାରି ରଖିଛନ୍ତି ସଙ୍ଘର୍ଷ

ବୟସର ଅପରାହ୍ନରେ ବି ହାରିନାହାନ୍ତି ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ। ଏଇ ବୟସରେ ନିଜ ମୌଳିକ ଅଧିକାର ଟିକିକ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟରୁ କାର୍ଯ୍ୟାଳୟକୁ ବୁଲି ବୁଲି ନୟାନ୍ତ ହେଲେଣି ତଥାପି ମନୋବଳ ଭାଙ୍ଗିନାହାନ୍ତି ଏଇ ୭୦ ବର୍ଷୀୟା ବୃଦ୍ଧା । ଯାହାଫଳରେ ଶେଷରେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ର ୧୨ ନମ୍ବର ୱାର୍ଡ ଡଙ୍ଗରିଗୁଡ଼ା ଠାରେ ।

ଉମରକୋଟ(କେନ୍ୟୁଜ୍): ବୟସର ଅପରାହ୍ନରେ ବି ହାରିନାହାନ୍ତି ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ। ଏଇ ବୟସରେ ନିଜ ମୌଳିକ ଅଧିକାର ଟିକିକ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟରୁ କାର୍ଯ୍ୟାଳୟକୁ ବୁଲି ବୁଲି ନୟାନ୍ତ ହେଲେଣି ତଥାପି ମନୋବଳ ଭାଙ୍ଗିନାହାନ୍ତି ଏଇ ୭୦ ବର୍ଷୀୟା ବୃଦ୍ଧା । ଯାହାଫଳରେ ଶେଷରେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ର ୧୨ ନମ୍ବର ୱାର୍ଡ ଡଙ୍ଗରିଗୁଡ଼ା ଠାରେ ।

ବୟସ ଅଧିକ ହୋଇଥିବାରୁ ଠିକ୍ ଭାବରେ ଠିଆ ବି ହୋଇ ପାରୁନାହାନ୍ତି ବୃଦ୍ଧା ଆରମତୀ ଲୋହରା । ଠିକ୍ ରେ ଚଲା ବୁଲା ବି କରି ପାରୁନାହାନ୍ତି। ଅନେକ ବର୍ଷ ହେବ ସ୍ୱାମୀ ଆରପାରିକୁ ଚାଲିଗଲେଣି । ପୁଅ ଝିଅ କେହି ନଥିବାରୁ ବର୍ତମାନ ଦୁଃଖରେ ଜୀବନ କାଟୁଛନ୍ତି ଉମରକୋଟର ଏହି ବୃଦ୍ଧା । ଦିନରେ ସୂର୍ଯ୍ୟ ଏବଂ ରାତିରେ ତାରା ଦେଖା ଯାଉଥିବା ଏହି ଭଙ୍ଗା କୁଡିଆରେ କଟୁଛି ତାଙ୍କ ଜୀବନ । ଗୋଟିଏ ଓଳା ଚୁଲି ଜାଳିଲେ ଅନ୍ୟ ଓଳା ଉପବାସରେ ରହିବାକୁ ପଡେ । କେହି ହୃଦୟବାନ ବ୍ୟକ୍ତି ଯଦି କିଛି ଖାଇବାକୁ ଦିଅନ୍ତି ତାହେଲେ ଟିକିଏ ପେଟ ପୁରା ଖାଆନ୍ତି ମିଳେ । ବାର ଘରେ କାମ କରି କିଛି ମିଳିଲେ ସେଥିରେ ଗୁଜୁରାଣ ମେଣ୍ଟେ।

ଦୁଇ ବର୍ଷ ପୂର୍ବରୁ ସରକାର ବାର୍ଦ୍ଧକ୍ୟ ଭତ୍ତା ଟିକିଏ ଏବଂ ଚାଉଳ ଟିକିଏ ମିଳୁଥିଲା । କିନ୍ତୁ ଗତ ଦୁଇ ବର୍ଷ ପୂର୍ବରୁ ମୁନିସିପାଲିଟି କାର୍ଯ୍ୟାଳୟ କର୍ମଚାରୀ ଆରମତୀଙ୍କ ଭତ୍ତା କାର୍ଡ କେଉଁଠି ହଜାଇ ଦେଇଛନ୍ତି , ଆଉ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧା ଆରମତୀ । ଅନ୍ୟ ପକ୍ଷରେ ଭତ୍ତା ପାଇଁ ବ୍ୟାଙ୍କ୍ କୁ ଗଲେ ମଧ୍ୟ ଭତ୍ତା ମିଳି ପାରୁନାହିଁ । ଅନ୍ୟ ପକ୍ଷ ରେ ରାସନ୍ କାର୍ଡ ରେ ତାଙ୍କ ନାମ ଅଲଗା ରହିଥିବାରୁ ରାସନ ବି ମିଳି ପାରୁନାହିଁ । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ । ସରକାର ଙ୍କ ପକ୍ଷ ରୁ ପୁଣିଥରେ ଭତ୍ତା, ରାସନ୍ ଓ ଘର ଖଣ୍ଡିଏ ପାଇଁ ଦାବି କରିଛନ୍ତି ଆରମତୀ।

ଘଟଣା ସମ୍ପର୍କରେ ପୌର ପରିଷଦର ୧୨ ନମ୍ବର ୱାର୍ଡ ର ୱାର୍ଡ ସଭ୍ୟା ଙ୍କୁ ପଚାରିବାରୁ ବୃଦ୍ଧା ଙ୍କ ଅସୁବିଧା ସମ୍ପର୍କରେ ସେ ଜାଣି ନଥିବା କହିଥିବାବେଳ ବର୍ତମାନ ଜାଣିବା ପରେ ମୁନିସିପାଲଟି କାର୍ଯ୍ୟାଳୟରେ ଜଣାଇ ଭତ୍ତା ବ୍ୟବସ୍ଥା କରାଇଦେବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ମୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ବୃଦ୍ଧାଙ୍କର ଦୁଇଟି ନାମ ରହିଛି ସେଥିପାଇଁ ଏସବୁ ଅସୁବିଧା ସୃଷ୍ଟି ହୋଇଛି । ତାହା ଠିକ୍ କରି ଅତି ଶୀଘ୍ର ଭତ୍ତା ଦେବାର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.