Below header

ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର, ଚିକିତ୍ସା ବଦଳରେ ଡାକ୍ତରଖାନାରୁ ବିଦା କରିଦେଲେ

ସନତଙ୍କ ପେଟ କାଟି ସେଥିରେ କଟା ଆଙ୍ଗୁଠିକୁ ରଖିଲେ ଏହାର ସେଲ ଗୁଡ଼ିକ ଠିକ୍ ରହିବ ଓ ଇନଫେକସନ୍ ହେବ ନାହିଁ । ସେହି ଅନୁସାରେ ସନତଙ୍କ ପେଟ କାଟି ଆଙ୍ଗୁଠି ରଖା ଯାଇଥିବା ସନତ କହିଛନ୍ତି । ତେବେ ଭଲ ରହିବା ବଦଳରେ ସନତଙ୍କ ପେଟରେ ଇନଫେକସନ୍ ହୋଇ ଯନ୍ତ୍ରଣା ହେଲା । ଏହାପରେ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବିଦା କରି ଦେଇଥିଲେ ।

ସମ୍ବଲପୁର(କେନ୍ୟୁଜ୍): ଚିକିତ୍ସାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର । ଏଭଳି ଭୁଲ୍ ଚିକିତ୍ସା ନେଇ ବଡ଼ ଅଭିଯୋଗ ଆସିଛି ସମ୍ବଲପୁରରୁ । ସମ୍ବଲପୁର ହୀରାକୁଦ କଲୋନୀର ସନତ ମହାନ୍ତି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସନତ ବାଇକ୍ ଧୋଉଥିବା ବେଳେ ତାଙ୍କ ହାତର ବୁଢ଼ା ଆଙ୍ଗୁଠି ବାଇକ ଚେନ୍ ରେ ଲାଗି ଛିଡ଼ିି ଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ସମ୍ବଲପୁର ଏବଂ ପରେ ନିଜେ କଟା ଆଙ୍ଗୁଠି ଧରି ବୁର୍ଲା ମେଡିକାଲରେ ପହଞ୍ଚି ଯାଇଥିଲେ ସନତ । ହେଲେ ସେଠାରେ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । କଟକ ଯିବାକୁ ବିଳମ୍ବ ହେବ ବୋଲି ଜାଣି ସନତଙ୍କୁ ପରିବାର ଲୋକେ ରାୟପୁର ସ୍ଥିତ କାଲଦା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଆଙ୍ଗୁଠି ଯୋଡ଼ିଦେବାର ପ୍ରତିଶ୍ରୁତି ଦେଇ ନୂତନ ପଦ୍ଧତିରେ ଅପରେସନ୍ କରିବେ ବୋଲି କହିଥିଲେ ।

ଏହି ପଦ୍ଧତି ଅନୁଯାୟୀ, ତାଙ୍କ ପେଟ କାଟି ସେଥିରେ କଟା ଆଙ୍ଗୁଠିକୁ ରଖିଲେ ଏହାର ସେଲ ଗୁଡ଼ିକ ଠିକ୍ ରହିବ ଓ ଇନଫେକସନ୍ ହେବ ନାହିଁ । ସେହି ଅନୁସାରେ ସନତଙ୍କ ପେଟ କାଟି ଆଙ୍ଗୁଠି ରଖା ଯାଇଥିବା ସନତ କହିଛନ୍ତି । ତେବେ ଭଲ ରହିବା ବଦଳରେ ସନତଙ୍କ ପେଟରେ ଇନଫେକସନ୍ ହୋଇ ଯନ୍ତ୍ରଣା ହେଲା । ଏହାପରେ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବିଦା କରି ଦେଇଥିଲେ । ସନତଙ୍କ କହିବା କଥା ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ଚିକିତ୍ସା ହୋଇ ପାରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଜଣାଇଥିଲେ । ହେଲେ ୧୫ ଦିନ ପରେ କାର୍ଡ ବ୍ୟବହାର ହୋଇ ପାରିବ ନାହିଁ କହି ରୋଗୀଙ୍କ ପରିବାରଠାରୁ ସାଢେ ୩ଲକ୍ଷ ଟଙ୍କା ଜବରଦସ୍ତ ନେଇଥିବା ଅଭିଯୋଗ ହୋଇଛି । ସନତ ଏବେ ସମ୍ବଲପୁରରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.