କୋଭିଡର ପ୍ରଭାବ, ୧୦ ମିନିଟ ଛିଡ଼ା ହେବା ପରେ ବ୍ୟକ୍ତିଙ୍କ ଗୋଡ଼ ହୋଇଗଲା ନୀଳ

ଜଣେ ୩୩ ବର୍ଷ ବ୍ୟକ୍ତିଙ୍କ ନିକଟରେ 'ଆକ୍ରୋସାୟନୋସିସ୍' ନାମକ ଏକ ରୋଗ ବିକଶିତ ହୋଇଛି, ଯେଉଁଥିରେ ଗୋଡ଼ର ଶିରାରେ ରକ୍ତ ଜମାଟ ବାନ୍ଧିଯାଏ । ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ଼ ଲାଲ ହେବାକୁ ଲାଗିଥିଲା ଏବଂ ସମୟ ସହିତ ନୀଳ ହେବାକୁ ଲାଗିଥିଲା, ପରେ ଶିରା ଅଧିକ ଦେଖା ଯାଇଥିଲା ।

କୋଭିଡ ଭୟ ଏବେ ବି ଜାରି ରହିଛି । ଏହାର ମାମଲା କମ ଆସୁଥିଲେ ମଧ୍ୟ ଏଥିରେ ପିଡ଼ିତ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ଦେଖାଯାଉଛି । ତେବେ ଏଭଳି ଏକ ଅସାମାନ୍ୟ ଘଟଣା ଜଣେ କୋଭିଡ ପିଡ଼ିତ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି । ୧୦ ମିନିଟ ଛିଡା ହେବା ପରେ ଜଣେ କୋଭିଡ ପୀଡିତ ବ୍ୟକ୍ତିଙ୍କ ଗୋଡ଼ ନୀଳ ରଙ୍ଗ ପଡ଼ିଯାଇଥିବା ଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି । ‘ଦ ଲାନସେଟ୍’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ବିଷୟରେ କୁହାଯାଇଛି । ଏହି ଅଧ୍ୟୟନରେ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଲେଖାଯାଇଛି । ଏହି ବ୍ୟକ୍ତିଙ୍କ ନିକଟରେ ‘ଆକ୍ରୋସାୟନୋସିସ୍’ ନାମକ ଏକ ରୋଗ ବିକଶିତ ହୋଇଛି, ଯେଉଁଥିରେ ଗୋଡ଼ର ଶିରାରେ ରକ୍ତ ଜମାଟ ବାନ୍ଧିଯାଏ ।

ବ୍ରିଟେନର ଲିଡ୍ସ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ଯେ, ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ଼ ଲାଲ ହେବାକୁ ଲାଗିଥିଲା ଏବଂ ସମୟ ସହିତ ନୀଳ ହେବାକୁ ଲାଗିଥିଲା, ପରେ ଶିରା ଅଧିକ ଦେଖା ଯାଇଥିଲା । ଦଶ ମିନିଟ ଠିଆ ହେବା ପରେ ରଙ୍ଗ ଅଧିକ ସ୍ପଷ୍ଟ ହୋଇଥିଲା । ରୋଗୀ ତାଙ୍କ ଗୋଡରେ କୁଣ୍ଡେଇ ହେବା, ଭାରି ଲାଗିବା ଭଳି ସମସ୍ୟା ଅନୁଭବ କରିଥିବା ଅଭିଯୋଗ କରିଥିଲେ । ତେବେ, ଦୁଇ ମିନିଟ ବସିବା ପରେ ତାଙ୍କ ଗୋଡ଼ର ରଙ୍ଗ ପୂର୍ବ ପରି ହୋଇଥିଲା ।

ଅନୁସନ୍ଧାନକାରୀମାନେ ଅଧ୍ୟୟନରେ କହିଛନ୍ତି ଯେ ରୋଗୀଙ୍କର କୋଭିଡ –୧୯ ସଂକ୍ରମଣ ପରେ ଗୋଡ଼ରେ ଏପରି ରଙ୍ଗ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା । ଅଧ୍ୟୟନର ଲେଖକ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମେଡିସିନର ଆସୋସିଏଟ କ୍ଲିନିକାଲ ପ୍ରଫେସର ମନୋଜ ସିଭାନ କହିଛନ୍ତି ଯେ, ଏହା ଜଣେ ରୋଗୀଙ୍କ ନିକଟରେ’ଆକ୍ରୋସାୟନୋସିସ୍’ର ଗୋଟିଏ ମାମଲା ଥିଲା । ସେ COVID-19 ସଂକ୍ରମଣ ପୂର୍ବରୁ ଏହା ଅନୁଭବ କରିନଥିଲେ ।

ରୋଗୀଙ୍କୁ ‘ପୋଷ୍ଟୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ୍’ (POTS) ରୋଗରେ ଚିହ୍ନଟ କରାଯାଇଥିଲା । ଏହି ରୋଗରେ ବ୍ୟକ୍ତି ଛିଡା ହେଲେ ହୃଦସ୍ପନ୍ଦନରେ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.