ହାର୍ଟ ଆଟାକ ଜନିତ ରୋଗରୁ ପିଲାଙ୍କୁ କିପରି ସୁରକ୍ଷିତ ରଖିବେ, ଜାଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ

ବର୍ତ୍ତମାନ ଛୋଟ ପିଲାଙ୍କୁ ହାର୍ଟ ଆଟାକ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି । ଯେବେ ହାର୍ଟ ଶରୀରର ଅବଶିଷ୍ଟ ଅଶଂକୁ ରକ୍ତ ଯୋଗାଇବା ବନ୍ଦ କରିଦିଏ । ହାର୍ଟ ଶରୀରର ଅବଶିଷ୍ଟ ଅଶଂକୁ ରକ୍ତ ଯୋଗାଇବା ବନ୍ଦ କରିଦେଲେ ହାର୍ଟ ଆଟାକ ହୋଇଥାଏ । ଯାହା ଫଳରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ ।

ବର୍ତ୍ତମାନ ସମୟର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ହାର୍ଟ ଆଟାକ ଏକ ବଡ ସମସ୍ୟା ହୋଇଛି । ଏଥିରେ କେବଳ ବଡ ଲୋକ ନୁହେଁ ବରଂ ଛୋଟ ପିଲା ମଧ୍ୟ ଶିକାର ହେଉଛନ୍ତି । ବର୍ତ୍ତମାନ ଛୋଟ ପିଲାଙ୍କୁ ହାର୍ଟ ଆଟାକ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି । ହାର୍ଟ ଶରୀରର ଅବଶିଷ୍ଟ ଅଶଂକୁ ରକ୍ତ ଯୋଗାଇବା ବନ୍ଦ କରିଦେଲେ ହାର୍ଟ ଆଟାକ ହୋଇଥାଏ । ଯାହା ଫଳରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ । ସେଥିପାଇଁ ଏହି ପରିସ୍ଥିତିରୁ ନିଜ ପିଲାଙ୍କୁ ସୁରକ୍ଷିତ ରଖବା ଉଚିତ । ତେବେ ଛୋଟ ପିଲାଙ୍କୁ ହାର୍ଟ ଆଟାକ ହେବାର କାରଣ କଣ ଥାଏ ଆସନ୍ତୁ ଜାଣିବା ।

ପିଲା ହଠାତ୍‌ ପଡିଯିବା :
ବେଳେବେଳେ ପିଲା ପଡିଗଲେ ଛାତିରେ ଆଘାତ ଲାଗିଯାଏ । ଯାହା ଫଳରେ ହାର୍ଟ ଦ୍ୱାରା ହେଉଥିବା ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଏହି କାରଣରୁ ପିଲାକୁ ହାର୍ଟ ଆଟାକ ଆସିପାରେ । ଶୋଇବା ବେଳେ ଶିଶୁ କଡ ଲେଉଟେଇବା ସମୟରେ ନିଶ୍ୱାସ ବନ୍ଦ ହୋଇଯାଏ । ଯାହା ଫଳରେ ଅନେକ ଥର ଶୋଇଥିବା ସମୟରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଏ ।

ହାର୍ଟ ଉପରେ ପ୍ରେସର ପଡିବା :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ନବଜାତ ଶିଶୁ ଜନ୍ମ ନେବା ସମୟରେ ହିଁ ବ୍ରୋଙ୍କାଇଟସ୍‌ କିମ୍ବା ନିମୋନିଆ ଭଳି ରୋଗ ହେବାର ଆଶଙ୍କା ଥାଏ । ଏହି ପରିସ୍ଥିତିରେ ପିଲାଙ୍କୁ ହଠାତ୍‌ ସଂକ୍ରମଣ ବୃଦ୍ଧି ଯୋଗୁ ହାର୍ଟ ଉପରେ ପ୍ରେସର ପଡିଥାଏ । ଯାହା ଫଳରେ ହାର୍ଟ ଆଟାକ ହୋଇପାରେ । ତେବେ ଅଭିଭାବକଙ୍କୁ ଏଥିପାଇଁ ନିଜ ପିଲାଙ୍କ ପାଇଁ ସତର୍କ ରହିବା ଉଚିତ୍‌ ।

ଜନ୍ମଗତ ରୋଗର କାରଣ :
କିଛି ପିଲାଙ୍କୁ ଜନ୍ମରୁ ହିଁ ହାର୍ଟ ଜନିତ ସମସ୍ୟା ରହିଥାଏ । ଏହି ପିଲାଙ୍କୁ ଜନ୍ମରୁ ହିଁ ନିଶ୍ୱାସ ଜନିତ ରୋଗ ହୋଇଥାଏ । ଏହି ଅବସ୍ଥାକୁ କଜେନାଇଟଲ ହାର୍ଟ ଡିଜିଜ କୁହାଯାଏ । ହାର୍ଟରେ ହେଉଥିବା ଅବରୋଧ ଯୋଗୁଁ ଠିକ୍‌ ଭାବରେ ରକ୍ତ ସଂଚାଳନ ହୋଇନଥାଏ । ଯାହା ଫଳରେ ହାର୍ଟ ଆଟାକ ହେବାର ବିପଦ ବଢ଼ି ଯାଇଥାଏ ।

ପିଲାଙ୍କୁ ହାର୍ଟ ଆଟାକ ଆସିବା ସମୟରେ କଣ କରିବେ :
ଯଦି ଆପଣଙ୍କ ପିଲାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି, ତାହେଲେ ପିଲାକୁ ତଳେ ସିଧା ଶୁଆଇ ଆପଣଙ୍କ ଦୁଇ ହାତକୁ ପିଲାର ଛାତି ଉପରେ ରଖି ସିପିଆର ଦିଅନ୍ତୁ ଓ ବଡ ପାଟିରେ ପିଲା ସହ କଥା ହେବାକୁ ଚେଷ୍ଟା କରନ୍ତୁ । ଏହା ସହିତ ପିଲାକୁ ତୁରନ୍ତ ହସ୍ପିଟାଲ ନିଅନ୍ତୁ । ଏଭଳି କରିବା ଦ୍ୱାରା ପିଲାର ମୃତ୍ୟୁ ହେବାରୁ ବଞ୍ଚେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.