Below header

ମହାନଦୀକୁ ଡେଇଁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ

ବାଙ୍କୀ (କେନ୍ୟୁଜ ବ୍ୟୁରୋ): ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଥିଲେ ଯୁବତୀ । ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରୁ ଡେଇଁପଡ଼ିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍‌ ଉପରେ ଚାଲି ଚାଲି ମୋବାଇଲ୍‌ ଫୋନ୍‌ରେ ଗପି ଗପି ଆସୁଥିଲେ ।

ଆଉ ତାପରେ ହଠାତ ପାଣି ଭିତରକୁ ଡେଇଁ ପଡିଥିଲେ । ତେବେ ଖବର ପାଇ ଡମପଡ଼ା ଅଗ୍ନିଶମ ସେବା ବାହିନୀ ପହଞ୍ଚି ମହାନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ କିଛି ସମୟ ପୂର୍ବରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କାହିଁକି ଯୁବତୀ ଜଣକ ନଦୀକୁ ଦେଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.