Below header

ସରକାରଙ୍କ ନିଷ୍ଵତ୍ତି : ବୁଧବାର ଠାରୁ ଖୋଲିବ ଓଡ଼ିଶାର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(କେନ୍ୟୁଜ୍‌) : ବୁଧବାର ଠାରୁ ଖୋଲିବ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ । ଏ ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ନ ଖୋଲିବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ଅଧ୍ୟାପକମାନେ ।

ଓଡ଼ିଶା ସରକାରୀ କଲେଜ ସଂଘ, ୬୬୨ ଓ ୪୮୮ କଲେଜ ସଂଘ ମନ୍ତ୍ରୀଙ୍କ ବାସ ଭବନରେ ଭେଟି ଜୁନ୍‌ ୩୦ ତାରିଖ ଯାଏ କଲେଜ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି । ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏପଟେ ଅଧିକାଂଶ କଲେଜରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲା ଯାଇଛି । ଏଭଳି ସ୍ଥିତିରେ କିପରି କଲେଜ ଖୋଲିବେ ବୋଲି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କଲେଜ ଓ ଅଧ୍ୟାପକ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.