Below header

ନଦୀ ପାଣିରେ ପଶି ସାଙ୍ଗମାନେ କରୁଥିଲେ ଟିକ୍‌ଟକ୍‌, ଭାସି ଯାଇ ଜଣେ ମୃତ

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ନଦୀ ପାଣି ଭିତରେ ପଶି ଚାରି ଜଣ ଯୁବକ କରୁଥିଲେ ଟିକ୍‌ଟକ୍ । ଆଉ ସେହି ଟିକ୍‌ଟକ୍ ଭିତରେ ଭାସି ଯାଇ ଜଣକର ପ୍ରାଣ ଚାଲିଗଲା । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ନାହିଆଡିଆ କୂଳରେ ଏହି ଯୁବକମାନେ ପାଣିରେ ପଶି ଟିକ୍‌ଟକ୍ କରୁଥିଲେ । ତେବେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଏମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିଲା । ତାଙ୍କୁ ପ୍ରଥମେ ଅଣ୍ଡିରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ପରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ୍ ନସିଡିପୁରର ସେଖ୍ ସଚିନ୍ । ତାଙ୍କ ବୟସ ମାତ୍ର ୧୬ ବର୍ଷ । ଚାରିଜଣ ଯାକ ସାଙ୍ଗ କେନ୍ଦ୍ରପଡ଼ା କଲେଜର ଛାତ୍ର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.