Below header

ପ୍ରସିଦ୍ଧ ଛତର ଯାତ୍ରାରେ ପଶୁବଳି ଉପରେ ହାଇକୋର୍ଟଙ୍କ କଟକଣା, ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଆଦିବାସୀଙ୍କୁ ସଚେତନ

ଭବାନୀପାଟଣା: ଛତର୍‌ ଯାତ୍ରାରେ ପଶୁବଳି ଉପରେ ଲାଗିଲା ରୋକ୍‌ । ଭବାନୀପାଟଣାର ମାଣିକେଶ୍ୱରୀଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଛତର୍‌ ଯାତ୍ରାରେ ପଶୁବଳି ଉପରେ ହାଇକୋର୍ଟଙ୍କ କଟକଣା । ଛତର୍‌ ଯାତ୍ରା ବେଳେ ରାସ୍ତା କିମ୍ବା ମନ୍ଦିର ପାଖ ସ୍ଥାନରେ ପଶୁ କିମ୍ବା ପକ୍ଷୀଙ୍କୁ ବଳି ପାଇଁ ଅନୁମତି ଦିଆଯିବ ନାହିଁ । ଛତର ଯାତ୍ରା ସମୟରେ ପଶୁ ବଳି ଦେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଳି ନଦେବା ପାଇଁ ଜିଲ୍ଲାପ୍ରଶାସନ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ବିଶେଷ କରି ଆଦିବାସୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି । ଛତର ଯାତ୍ରାର ଏକ ମାସ ପୂର୍ବରୁ ପ୍ରତିବର୍ଷ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହ ଛତର୍‌ ଯାତ୍ରା ସମୟରେ ସିସିଟିଭି ଲଗାଯିବ । ଯାତ୍ରା ସମୟର ସମସ୍ତ ଚିତ୍ର ସିସିଟିଭିରେ ରେକର୍ଡ କରାଯିବ । କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପି ନିର୍ଦ୍ଦେଶକୁ କରିବେ କାର୍ଯ୍ୟକାରୀ । ଛତର୍‌ ଯାତ୍ରାରେ ବଳିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ସଙ୍ଗମ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.