Below header

ଆଜି ବସିବ ହାଇ ଲେବଲ କ୍ଲିୟରାନ୍ସର କମିଟି ବୈଠକ, ୯୨୨ କୋଟିର ପୁଞ୍ଜିନିବେଶ ପ୍ରକଳ୍ପକୁ ମିଳିପାରେ ଅନୁମୋଦନ

ଆଜି ବସିବ ହାଇ ଲେବଲ କ୍ଲିୟରାନ୍ସର କମିଟି ବୈଠକ । ଖାରବେଳ ଭବନରେ ଆଜି ଦିନ ୧୧ଟା ୪୫ ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଏଥିରେ ୯୨୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ପ୍ରକଳ୍ପକୁ ଅନୁମୋଦନ ମିଳିପାରେ । ଏହାସହ ପର୍ଯ୍ୟଟନ , ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଓ ଇସ୍ପାତ ଆଦି କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ କରାଯିବ । ଏହା ମାଧ୍ୟମରେ ମୋଟ ୨୬୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ । ପୁର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ଓ୍ଵିନଡୋ କ୍ଲିୟରାନ୍ସ ଅଥରିଟି କମିଟି ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳି ସାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.