କୋଣାର୍କରେ 5T ସଚିବ ଭି. କେ ପାଣ୍ଡିୟାନ୍‌, ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ବିକାଶକୁ ନେଇ ସମୀକ୍ଷା

କୋଣାର୍କରେ 5T ସଚିବ ଭି. କେ ପାଣ୍ଡିୟାନ୍‌ । ଆଜି ସକାଳେ 5T ସଚିବ କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର, ଏହାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । 5T ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପୂର୍ତ୍ତ ସଚିବ କିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ଦିନ ତଳେ ପୂର୍ତ୍ତ ବିଭାଗ ସଚିବ କୋଣାର୍କ ଗସ୍ତ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.