ନୂଆବର୍ଷ ୨୦୨୦ରେ ଘରେ ସୁଖ,ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି କି? ତେବେ ମହିଳା ମାନେ ନିହାତି କରନ୍ତୁ ଏହି ଉପଚାର

ନୂଆ ବର୍ଷ ୨୦୨୦ ଆସି ସାରିଛି । ଏମିତିରେ ମହିଳାମାନେ ଭାବୁଥିବେ କି ଏହି ନୂଆ ବର୍ଷରେ କେମିତି କଣ କରିବେ ଯେପରି ସେମାନଙ୍କ ଘରେ ଖୁସି ଏବଂ ଶାନ୍ତି ସବୁବେଳ ପାଇଁ ବଜାୟ ରହିବ। ବିଶେଷଜ୍ଞଙ୍କ ମୁତାବକ ୨୦୨୦ ବର୍ଷରେ ୨୦-୨୦ ଦୁଇଥର ରିପିଟ୍ ହୋଇଛି । ଯାହାର ମାନେ ଏହି ବର୍ଷ ଚନ୍ଦ୍ର ଏବଂ ରାହୁଙ୍କ ସହିତ ସମ୍ବନ୍ଧିତ ରହିବ । ଏମିତିରେ ଆଜି ଆମେ ଆପଣଙ୍କୁ ୪ଟି ଟିପ୍ସ ଦେବୁ, ଯାହାକୁ ବ୍ୟବହାର କରି ଆପଣ ଚଳିତ ବର୍ଷ ବିଭିନ୍ନ ଚିନ୍ତାରୁ ମୁକ୍ତି ପାଇ ପାରିବେ ।

gehuଗହମ ଦାନା: ୪ଟି ଗହମ ଦାନା ନିଅନ୍ତୁ ଏବଂ ତାହାକୁ ଏକ ଧଳା କିମ୍ବା ଲାଲ୍ କପଡାରେ ବାନ୍ଧି ନିଜ ପର୍ସ ଭିତରେ ରଖନ୍ତୁ । ଏହାଦ୍ବାରା ବର୍ଷ ସାରା ଆପଣଙ୍କ ପାଖରେ ଟଙ୍କାରେ କୌଣସି ଅଭାବ ରହିବ ନାହିଁ ।

sarswati maaମାଁ ସରସ୍ବତୀ: ନିଜର ଷ୍ଟଡି ରୁମରେ କୌଣସି ବି ସ୍ଥାନରେ ମା ସରସ୍ବତୀଙ୍କର କିମ୍ବା ଅନ୍ୟ କୌଣସି ଦେବାଦେବୀଙ୍କ ମୂର୍ତ୍ତି ରଖନ୍ତୁ । ଏହା ସହିତ ଦିନକୁ ଥରେ ନିହାତି ସେହି ଭଗବାନଙ୍କୁ ସ୍ମରଣ କରନ୍ତୁ । ଦେଖିବେ ଆପଣଙ୍କ ଭାବନାରେ କୌଣସି ପ୍ରକାରର ନାକାତ୍ମକ ଚିନ୍ତାଧାରା ଆସିବ ନାହିଁ ।

chandanଚନ୍ଦନ ପାଉଡର: ଚନ୍ଦନ ପାଉଡରକୁ ନିଜ ମଥାରେ ଲଗାନ୍ତୁ । ଏହା ବ୍ୟତୀତ ଘରେ ମଧ୍ୟ ଆପଣ ଚନ୍ଦନକୁ କୌଣସି ପ୍ରକାରରେ ବ୍ୟବହାର କରନ୍ତୁ। କାରଣ ଏହାର ସୁଗନ୍ଧ ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ ।

dipaପଜିଟିଭ୍ ଧୂଆଁ : ପଜିଟିଭ୍ ଧୂଆଁ ଘର ପାଇଁ ଶୁଭ ହୋଇଥାଏ । ଏଥିପାଇଁ ଆପଣ ଧୂପ,ଦୀପ ଏବଂ କୌଣସି ସୁଗନ୍ଧ ବାହାରୁଥିବା ଧୂଆଁ ଘରେ ବୁଲାନ୍ତୁ । ଏହା କରିବା ଦ୍ବାରା ଘର ଭିତରକୁ ପଜିଟିଭ ଏନର୍ଜୀ ଆସିଥାଏ । ଏହା ସହ ଘରେ କୌଣସି ସୁଗନ୍ଧ ଫୁଲ ଗଛ ମଧ୍ୟ ଲଗାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.