ଆମେରିକା ଓ ଇରାନ୍‌ ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବ, ଗତ ୭ ବର୍ଷ ମଧ୍ୟରେ ସୁନା ଦରରେ ସର୍ବାଧିକ ବୃଦ୍ଧି

ଆମେରିକା ଓ ଇରାନ୍‌ ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବ ପଡ଼ିଛି ସୁନା ଓ ତେଲ ଦର ଉପରେ । ଭାରତରେ ୧୦ ଗ୍ରାମ ପିଛା ସୁନା ଦର ୪୨ ହଜାର ଟଙ୍କାରେ ପହଞ୍ଚିଛି । ଗତ ତିନି ଦିନ ମଧ୍ୟରେ ସୁନାର ଦାମ୍‌ ୨ ହଜାର ଟଙ୍କା ବଢିଛି । ଗତ ୭ ବର୍ଷ ମଧ୍ୟରେ ସୁନା ଦରରେ ଏହା ସର୍ବାଧିକ ବୃଦ୍ଧି ।ସେହିପରି ଆନ୍ତର୍ଜାତିକ ବଜାରରେ ତେଲ ଦର ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଯୋଗାଣ ହ୍ରାସ ଯୋଗୁ ଦର ବୃଦ୍ଧି ହୋଇଛି । ଗତ ସେପ୍ଟେମ୍ବର ମାସରୁ ଏବେ ଦର ବୃଦ୍ଧି ସର୍ବାଧିକ ହୋଇଛି । ତୈଳ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପରିସ୍ଥିତି ଉପରେ ନଜର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଗମ୍ଭୀର ସଙ୍କଟ ଦେଖାଦେଇ ନାହିଁ । ତୈଳ ବଜାରରେ ଯେଉଁ ସମସ୍ୟା ଦେଖାଦେବ ଭାରତ ତାହାର ମୁକାବିଲା କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆମେରିକା-ଇରାନ୍‌ ମଧ୍ୟରେ ବିବାଦ କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ତିନି ଡଲାରରୁ ଅଧିକ ମହଙ୍ଗା ହୋଇ ସାରିଲାଣି । ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍‌ ୭୨ ଡଲାର ପାଖାପାଖି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.