ଜମୁଛି ବରଗଡ଼ ଧନୁଯାତ୍ରା, କୃଷ୍ଣ ବଳରାମଙ୍କୁ ବିଦାୟ ବେଳେ ଗୋପପୁରରେ ଶୋକାକୂଳ ପରିବେଶ

ଜମୁଛି ଐତିହାସିକ ବରଗଡ଼ ଧନୁଯାତ୍ରା । ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ମହାରାଜ କଂସଙ୍କ ରାଜୁତି । କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରା ନଗରୀ । ଧନୁଯାତ୍ରାର ନବମ ଦିନରେ କୃଷ୍ଣ ବଳରାମ ବେନି ଭାଇଙ୍କୁ ସାଙ୍ଗରେ ନେଇ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି । ଗୋପପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଛାଡିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀ ଓ ରାଧା ବାଟ ଓଗାଳିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି । ସେପଟେ କଂସ ମହାରାଜ ନଗର ଭ୍ରମଣରେ ଆମ୍ରବନରେ ମୁନିଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି । ଆଜି ଧନୁଯାତ୍ରାର ଦଶମ ଦିନରେ କୃଷ୍ଣ ବଳରାମଙ୍କୁ ମଥୁରାରେ ସମ୍ବର୍ଦ୍ଧନା, ସୁଦାମା ମାଳି, ରଜକଙ୍କ ସହ ସାକ୍ଷାତ, କୁବୁଜା ଉଦ୍ଧାର ଦୃଶ୍ୟ ଅଭିନୀତ ହେବ । ଏହାସହ ରାଜ ମହଲରେ କଂସଙ୍କ ନ୍ୟାୟ ବିଚାର ଓ କୃଷ୍ଣ ବଳରାମଙ୍କୁ ବଧ କରିବା ପାଇଁ ପରିଷଦ ବର୍ଗଙ୍କ ସହ ଆଲୋଚନା କରିବେ କଂସ ମହାରାଜ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.