ମାଲକାନଗିରିର କୁଖ୍ୟାତ ମାଓ ଦମ୍ପତି ଗିରଫ, ଚିତ୍ରକୋଣ୍ଡାରେ ଯବାନ୍‌ଙ୍କୁ ଆକ୍ରମଣ ଓ ଭିନିଲ କ୍ରିଷ୍ଣା ଅପହରଣରେ ଥିଲା ସଂପୃକ୍ତି

ମାଲକାନଗିରି (କେ ନ୍ୟୁଜ୍‌) : ମୋଷ୍ଟ ଓ୍ଵଣ୍ଟେଡ୍‌ ହାର୍ଡକୋର୍‌ ମାଓବାଦୀ ଦାମୋଦର ଏବଂ ତାର ପତ୍ନୀ ଗିରଫ । ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣା ଅପହରଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଦାମୋଦର ଓ ତାର ପତ୍ନୀ ଗାଙ୍ଗା ମାଢିଙ୍କୁ ବିଶାଖାପାଟଣାରୁ ଧରିଛି ଆନ୍ଧ୍ର ପୋଲିସ । ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆନ୍ଧ୍ର ଯବାନଙ୍କ ଉପରେ ଆକ୍ରମଣ ଭଳି ୧୦୦ରୁ ଅଧିକ ମାମଲାରେ ଦାମୋଦର ସଂପୃକ୍ତ ଥିଲା । ପୋଲିସ ମାଓ ଦମ୍ପତିଙ୍କୁ ଗିରଫ କରିବା ପରେ ଅଧିକ ପଚରା ଉଚୁରା ଜାରି ରଖିଛି । ।
ଦୀର୍ଘ ବର୍ଷ ପୂର୍ବରୁ ମାଲକାନଗିରି ଅଞ୍ଚଳରେ ରାଜ୍‌ କରୁଥିଲା ଦାମୋଦର । ମାଲକାନଗିରି ଜିଲ୍ଲା ମାଓବାଦୀ ଡିଭିଜନ୍‌ର ସେ ସମ୍ପାଦକ ଥିଲା । ୨୦୦୮ରେ ଚିତ୍ରକୋଣ୍ଡ ଜଳଭଣ୍ଡାର ଅନ୍ତର୍ଗତ ଆଲମପକା ଠାରେ ଯବାନ୍‌ଙ୍କ ଉପରକୁ ଆକ୍ରମଣ ଘଟଣାର ସେ ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ ୩୫ ଜଣ ଯବାନ୍‌ଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୦୮ରେ କାଲିମେଳା ତେଲରାଇ ଠାରେ ୧୬ ଜଣ ପୋଲିସ୍‌ କର୍ମଚାରୀଙ୍କୁ ହତ୍ୟା, ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ଏବଂ ଶତାଧିକ ମାଓ ହିଂସାରେ ଦାମୋଦର ସଂପୃକ୍ତ ଥିଲା । ତା ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.