Below header

ସୁନ୍ଦରଗଡ଼ : ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼(କେନ୍ୟୁଜ୍) : ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ। ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଫରେଷ୍ଟ ରେଞ୍ଜ ଛାମୁଡ଼ା ଗାଁରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ଶୁଲ କିଶାନ୍। ସେ ନିଜ ଘର ବାଡ଼ି ଆଡେ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଶୁଲଙ୍କୁ ଟେକି କଚାଡ଼ି ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

diedଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ବଡଗାଁ ରେଞ୍ଜର ବିଜୟ କୁମାର ମହାପାତ୍ର ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରୁଛନ୍ତି। ଦୀର୍ଘ ଦିନ ଧରି ବଡଗାଁ ଅଂଚଳରେ ହାତୀ ଉପଦ୍ରବ ଦେଖାଦେଇଥିବା ବେଳେ ବନବିଭାଗ ହାତୀ ଘଉଡାଇବା ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.