Below header

ଜାଳେଣୀ କାଠ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କ ଗଳା କାଟି ହତ୍ୟା

କଳାହାଣ୍ଡି : ଜଣେ ୫୦ ବର୍ଷ ବୟସ୍କ ବୃଦ୍ଧଙ୍କ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଥୁଆମୁଳ ରାମପୁର ଥାନା ଅଧୀନ ପିପଲଭଟ୍ଟା ପଡ଼ିଆରେ ଏଭଳି ଘଟଣା ଘଟିଛି। ମୃତକ କୋଷାଵରା ଗାଁ ର ୫୦ ବର୍ଷିୟ ଡୁମେନ ମାଝୀ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତା’ର କାରଣ ଜଣାପଡ଼ିନାହିଁ ।

କୋଷାଵରା ଗାଁର ଡୁମେନ ଗାଁ ନିକଟ ଜଙ୍ଗଲକୁ ଜାଲେଣୀ କାଠ ସଂଗ୍ରହ ପାଇଁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ କେହି ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛି । ଥୁଆମୁଳ ରାମପୁର ଥାନା ଅଧୀନ ପିପଲଭଟ୍ଟା ପଡ଼ିଆରେ ଡୁମେନଙ୍କ ମୃତଦେହ ପଡିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.