ଲୋକେ ଏମିତି କଲେ ମାସ୍କର ପୁନଃବ୍ୟବହାର, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ସଂକ୍ରମଣ ଯୋଗୁ ସମସ୍ତେ ମାସ୍କ ଲଗାଇବା ଅଭ୍ୟାସରେ ପଡ଼ିଗଲେଣି। କିଏ କପଡ଼ା ବାଲା ସାଦା ମାସ୍କ ପିନ୍ଧୁଛି ତ କିଏ ବ୍ରାଣ୍ଡେଡ୍‌ ମାସ୍କ ତ ଆଉ କିଏ N95 ମାସ୍କ। ସାଧାରଣତଃ ଲୋକେ ଏହି ମାସ୍କକୁ କିଛିଦିନ ଧରି ବ୍ୟବହାର କରିବା ପରେ ସାବଧାନତାର ସହ ଫିଙ୍ଗି ଦେଇଥାଆନ୍ତି। କିନ୍ତୁ ଭାରତରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଲୋକେ ମାସ୍କକୁ କିଭଳି ମଜାଦାର ଉପାୟରେ ପୁନଃବ୍ୟବହାର କରୁଛନ୍ତି।

ଭାରତରେ ଯୋଗାଡ଼ର କୌଣସି ଅଭାବ ନାହିଁ। କରୋନାରୁ ରକ୍ଷା ପାଇବା ପାଇଁ ସରକାର ମାସ୍କ ଲଗାଇବାକୁ ଅନିବାର୍ଯ୍ୟ କରି ଦେଇଥିବା ବେଳେ ସେପଟେ କିଛି ଲୋକ ମାସ୍କକୁ ବ୍ୟବହାର ପରେ ଫିଙ୍ଗି ନ ଦେଇ ଅନ୍ୟ କାମରେ ଲଗାଇବା ଆରମ୍ଭ କରି ଦେଇଛନ୍ତି। ଆଇପିଏସ୍‌ ଅଫିସର ରୁପିନ ଶର୍ମା ସୋସିଆଲ ମିଡିଆ ସାଇଟ୍‌ ଟ୍ଵିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି।

ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। କିଏ ମାସ୍କକୁ ପିଲାର ଡାୟପର କରି ଦେଇଛି ତ କିଏ ଏହାକୁ ନିଜ ଜୁଡ଼ାରେ ଲଗାଇଛି। ପୁଣି କିଏ ନିଜ ଘରେ ରଖିଥିବା ପୋଷା ଚଢ଼େଇର ଝୁଲା କରି ଦେଇଛି। ରୁପିନ ଶର୍ମା ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ଭାରତୀୟ ନାଗୁଣୀ…ଶେଷ ପର୍ଯ୍ୟନ୍ତ ଛାଡ଼ି ନ ଥାଆନ୍ତି। ଏମିତି କେବଳ ଭାରତରେ ହିଁ ହୋଇପାରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.