ଏସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁନି ପିସ୍ତାବାଦାମ, ବଢ଼ିପାରେ ଅସୁବିଧା

ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଅନେକ ଜିନିଷ ସାମିଲ ଅଛି। ଯଥା: କାଜୁ, ବାଦାମ, କିସମିସ୍‌, ଅଖରୋଟ, ପିସ୍ତାବାଦାମ ଆଦି। ଏସବୁ ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ ହୋଇଥାଏ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଛି। ତେବେ ଆଜି ଆମେ ଆପଣଙ୍କୁ ପିସ୍ତାବାଦାମ ବିଷୟରେ କେତେକ କଥା କହିବୁ। ପିସ୍ତାବାଦାମରେ ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି, ଯାହା ଶରୀରର ବିକାଶ କରିବାରେ ସାହାଯ୍ୟ କରେ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ପିସ୍ତାବାଦାମ କିଛି ଲୋକଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା କିଏ କିଏ ପିସ୍ତାବାଦାମ ଖାଇବା ମନା…

ବିପି ସମସ୍ୟା ଥିବା ବ୍ୟକ୍ତି:

ଯେଉଁମାନଙ୍କର ହାଇ ବ୍ଲଡ ପ୍ରେସର ସମସ୍ୟା ରହିଛି, ସେମାନେ ପିସ୍ତାବାଦାମ ଖାଇବାରୁ ବିରତ ରହିବା ଉଚିତ। ସେହିପରି ଯେଉଁମାନେ ହାଇ ବିପି ପାଇଁ ଔଷଧ ଖାଉଛନ୍ତି, ସେମାନେ ବି ପିସ୍ତାବାଦାମ ସେବନ କରିବା ଅନୁଚିତ। ଏଭଳି ରୋଗୀଙ୍କ କ୍ଷେତ୍ରରେ ପିସ୍ତାବାଦାମ ଖାଇବା ହାନିକାରକ ହୋଇପାରେ।

କିଡ୍‌ନୀ ସମସ୍ୟା ଥିବା ବ୍ୟକ୍ତି:

ଯେଉଁମାନଙ୍କର କିଡ୍‌ନୀ ଷ୍ଟୋନ୍‌ କିମ୍ବା ଗଲ୍‌ ବ୍ଲାଡରରେ ପଥରୀ ସମସ୍ୟା ରହିଛି। ସେମାନେ ମଧ୍ୟ ପିସ୍ତାବାଦାମ ଖାଇବା ଅନୁଚିତ। ପିସ୍ତାବାଦାମରେ ଥିବା ଅକ୍ସଲେଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ।

ହଜମ ସମସ୍ୟା ଥିଲେ:

ଯେଉଁମାନେ ହଜମ ବା ଡାଇଜେଶନ୍‌ ସମସ୍ୟାରେ ପୀଡ଼ିତ ଅଛନ୍ତି ସେମାନେ ପିସ୍ତାବାଦାମ ଖାଇବା ଅନୁଚିତ୍‌। ପିସ୍ତାବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଓ ଭିଟାମିନ୍‌ ରହିଛି। ଯାହା ଦ୍ୱାରା ଆପଣଙ୍କୁ ଏହାକୁ ହଜମ କରିବାରେ ସମସ୍ୟା ହେବ।

ଏସିଡିଟି ଥିଲେ:

ଏହା ବ୍ୟତୀତ ଯେଉଁମାନଙ୍କର ଏସିଡିଟି ସମସ୍ୟା ରହିଛି ସେମାନେ ବି ପିସ୍ତାବାଦାମ ଖାଇବା ମନା। କାରଣ ପିସ୍ତାବାଦାମରେ ଥିବା ଫାଇବର ଯୋଗୁ ଗ୍ୟାସ୍‌ ହୋଇପାରେ।

ଓଜନ କମ୍‌ କରିବାକୁ ଚାହୁଁଥିବା ବ୍ୟକ୍ତି:

ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପିସ୍ତାବାଦାମ ସେବନ କରନ୍ତୁ ନାହିଁ। କାରଣ ଏଥିରେ କ୍ୟାଲୋରୀ ଓ ପ୍ରୋଟିନ୍‌ ଅଧିକ ଥାଏ। ଯାହା ଓଜନ କମାଇବା ବଦଳରେ ବଢ଼ାଇଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.