ରାଜଧାନୀରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଖଣ୍ଡେ ଦୂରରୁ ରାସ୍ତା ଦିଶୁନି

ଭୁବନେଶ୍ୱର(କେ ନ୍ୟୁଜ): ଆଜି ଅପରାହ୍ନ ପାଖାପଖି ୫ଟା ସମୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସକାଳ ସମୟରେ ପାଗ ଖରାଟିଆ ଥିବା ବେଳେ ଉପରବେଳା କଳା ହାଣ୍ଡିଆ ଆକାଶ ସହ ମେଘ ମାଡ଼ି ଆସିଥିଲା । ସୂଚନା ଦେବା ଉଚିତ ହେବକି ଉତ୍ତର ପୂର୍ବ ବିହାରରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । କଟକ, ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଂଚଳ ମାନଙ୍କୁ ସତର୍କତା ଜାରି କରାଯାଇଛି |ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା ରହିଥିଲା । ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଥିଲେ ପାଣିପାଗ ବିଭାଗ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରାଯାଇଥିଲା । ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ୧୧ କିମ୍ବା ୧୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ।  ଏହାସହ ୨୩ ଜିଲ୍ଲାକୁ ୟେଲୋ ୱାରର୍ନିଙ୍ଗ ଜାରି ହୋଇଛି ।

ଲଘୁଚାପ ହେଲେ ରାଜ୍ୟରେ ଭଲ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଜୁନ୍‌ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠିକ ଭାବରେ ହୋଇପାରୁନାହିଁ । ଏବେବି ୧୪ ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଜୁନ ୧ରୁ ଜୁଲାଇ ୩ତାରିଖ ମଧ୍ୟରେ ରାଜ୍ୟରେ ୨୦୬.୯ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୧୬ ପ୍ରତିଶତ କମ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.