Below header

ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗତ ୨୧ରୁ ନିଖୋଜ ଥିଲେ

ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମାଟି ତଳୁ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ସାହାଚପାଣି ଗାଁରେ ଥିବା ମହାବନ୍ଧ ପାଖ ଗାର୍ଡୱାଲରେ ପୋତା ଯାଇଥିବା ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ମୃତକଙ୍କ ନାମ ଧୁବଲ ରଣା ବୋଲି ଜଣାପଡିଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମାଟି ତଳୁ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ସାହାଚପାଣି ଗାଁରେ ଥିବା ମହାବନ୍ଧ ପାଖ ଗାର୍ଡୱାଲରେ ପୋତା ଯାଇଥିବା ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ମୃତକଙ୍କ ନାମ ଧୁବଲ ରଣା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ବୃଦ୍ଧ ଜଣକ ହେଲେ କଣ୍ଟାବାଞ୍ଜି ଥାନା ରଜାମରା ଗାଁର ଧୁବଲେ ରଣା । ଗତ ମାସ ୨୧ ତାରିଖରୁ ନିଖୋଜ ଥିଲେ ବୃଦ୍ଧ । ଏନେଇ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବୃଦ୍ଧଙ୍କ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିରେ ସମ୍ପୃକ୍ତ ଥିବା ସେହି ଗାଁର ପରମେଶ୍ଵର ମାହାକୁଡଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚରା ଉଚରା ପରେ ସେ ହତ୍ୟା କରି ପୋତି ଦେଇଥିବା କଥା କହିଥିଲା ।

ସେପଟେ ଘଟଣାସ୍ଥଳରେ ପୋଲିସ ଓ ବଲାଙ୍ଗୀରର ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ବରେ କଣ୍ଟାବାଞ୍ଜି ତହସିଲଦାର ମଧ୍ୟ ଉପସ୍ଥିତ ରହିଥିବା ଜଣାପଡିଛି। ତେବେ ଏହା ହତ୍ୟା ନା ଆଉ କିଛି । ତାହା ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.