Below header

ଆଜିଠୁ ନୂଆ ବର୍ଦ୍ଧିତ ଦରରେ ମିଳିବ ଓମଫେଡ୍‌ କ୍ଷୀର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ବର: ଆଜିଠୁ ନୂଆ ବର୍ଦ୍ଧିତ ଦରରେ ମିଳିବ ଓମଫେଡ୍‌ କ୍ଷୀର । ଲିଟର ପିଛା ୪ ଟଙ୍କା ଦର ବୃଦ୍ଧି ହୋଇଛି । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପ୍ରତି ଏଣିକି ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଗ୍ରାହକମାନେ ୪୦ ଟଙ୍କା ଦେଇ କ୍ଷୀର କିଣୁଥିଲେ । ଆଜିଠୁ ଏହା ୪୪ଟଙ୍କା ହୋଇଛି । ଓମଫେଡ କ୍ଷୀର ବୃଦ୍ଧି ନେଇ ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ । ଘରୋଇ ଦୁଗ୍‌ଧ ଉତ୍ପାଦନକାରୀ ସଂସ୍ଥାମାନେ ପୂର୍ବରୁ ଦୁଗ୍‌ଧ ଓ ଦୁଗ୍‌ଧଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଛନ୍ତି । ତେଣୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଦ୍ଧିତ ଦରରୁ ଚାଷୀ ଲିଟର ପିଛା ୩ ଟଙ୍କା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.