Below header

ଗଜପତି ଗୁରାଣ୍ଡି ଥାନା ଅନ୍ତର୍ଗତ କଇଠଡା ଗ୍ରାମରେ ଅଘଟଣ, ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଜଣେ ମୃତ

ଗଜପତି: ଗଜପତି ଗୁରାଣ୍ଡି ଥାନା ଅନ୍ତର୍ଗତ କଇଠଡା ଗ୍ରାମରେ ଅଘଟଣ। ଲଗାଣ ବର୍ଷା ଯୋଗୁଁ ଗ୍ରାମର ଏମ.ରାଜୁଙ୍କ ଉପରେ କାନ୍ଥ ପଡିଯିବା ଫଳରେ ମୃତ୍ୟୁ ଘଟିଛି। ଏମ.ରାଜୁ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨.୩୦ରେ ବର୍ଷାରେ କାନ୍ଥଟି ପଡିଯାଇଥିଲା । ଫଳରେ ଏମ.ରାଜୁଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଗ୍ରାମବାସୀ ଓ ସାହିପଡିସା ପହଞ୍ଚି ଏମ.ରାଜୁଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବଞ୍ଚାଇପାରିନଥିଲେ। ସେପଟେ ଶବ ବ୍ୟବଛେଦ ପାଇଁ ଗୁରାଣ୍ଡି ଥାନା ପୋଲିସ ମୃତ ଦେହକୁ ପଠାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.