ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବନ୍ଦ ରହିବ କୋର୍ଟ, ସରକାରୀ ଅଫିସ ଓ ବ୍ୟାଙ୍କ

ସମ୍ବଲପୁର(କେନ୍ୟୁଜ୍): ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ। ସମ୍ବଲପୁର ଓକିଲ ସଂଘ ପକ୍ଷରୁ ୩ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି, ଆସନ୍ତାକାଲି ଓ ୩୦ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ସମସ୍ତ କୋର୍ଟ, କଚେରୀ, ବ୍ୟାଙ୍କ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ନାଗରିକ କମିଟି ଏବଂ ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ଡାକରାରେ ୩ ଦିନିଆ ଅର୍ଥନୈତିକ ଅବରୋଧ କରାଯିବ । ତେବେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.